banner
Breaking

ତପସ୍ବିନୀଙ୍କୁ ଛାଡି କୁଆଡେ ଗଲେ ସୁମିତ

0

ଆସିକା,୧୦।୧୨(ବ୍ୟୁରୋ): ଶୁକ୍ରବାର ସକାଳୁ ଡାକ୍ତର ସୁମିତ ହସ୍ପିଟାଲ ଯାଇ ଅତିଥି ଭବନକୁ ଫେରିନାହାନ୍ତି। ଏହାକୁ ନେଇ ତପସ୍ବିନୀ ସନ୍ଦେହ ପ୍ରକାଶ କରିଛନ୍ତି। ଡାକ୍ତର ସୁମିତଙ୍କୁ କେହି ଅପହରଣ କରି ନେଇଥିବା ସେ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ଆସିକା ପୋଲିସକୁ ପଚାରିବାରୁ ପୋଲିସ ନିକଟରେ ଅପହରଣ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହିଁ। ଅପରପକ୍ଷେ ଶୁକ୍ରବାର ଅପରାହ୍ନରେ ତପସ୍ବିନୀ ଡାକ୍ତର ସୁମିତ ଫେରି ନ ଥିବା ସମ୍ପର୍କରେ ପୋଲିସର ଦୃଷ୍ଟି ଆକର୍ଷଣ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା। ତେବେ ଡାକ୍ତର ସୁମିତ ଛୁଟିରେ ଯାଇଥିବା ଜଣାପଡିଛି ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁ ଘରେ ସ୍ବାମୀଙ୍କ ସହ ରହିବାକୁ ଦାବି କରି ତପସ୍ବିନୀ ଦୀର୍ଘ ଦିନ ଧରି ଶଶୁର ଘର ବାରଣ୍ଡାରେ ଧାରଣା ଦେଇଥିଲେ। ମାମଲା କୋର୍ଟରେ ପହଞ୍ଚି ଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ବିନୀ ଦାସ ଗତ ୩ ତାରିଖରୁ ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ବାମୀ ଡାକ୍ତର ସୁମିତ ସାହୁଙ୍କ ସହ ପୋଲିସ ସୁରକ୍ଷା ମଧ୍ୟରେ ରହୁ ଥିଲେ। ସେହିଦିନଠାରୁ ଡାକ୍ତର ସୁମିତ ଆସିକା ବ୍ଲକ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇରୋଗୀଙ୍କ ଚିକିତ୍ସା ପରେ ଅତିଥି ଭବନକୁ ରିତିମତ ଫେରୁଥିଲେ।

Khansweb Solution Bhubaneswar

Leave A Reply

Your email address will not be published.