banner
Breaking

ପ୍ରେମ ସାଜିଲା ବଇରି ନେଇଗଲା ଜୀବନ।

0

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ପ୍ରେମର ପଥ ହେଲା ମୃତ୍ୟୁ ପଥ। ପ୍ରେମ ପାଇଁ ଦିନେ ଜନ୍ମ କଲା ବାପା ମାଙ୍କୁ ଛାଡି ଅନ୍ଧ ହୋଇଯାଇଥିଲେ। ଯାହାକୁ ଆପଣାର କରିଥିଲେ ସେ ସାଜିଲା ବଇରି ନେଇଗଲା ଜୀବନ। ଏମିତି ଏକ ଘଟଣା ଘଟିଛି ଭିଏସ୍ ଏସ୍ ନଗର ମହାବୀର ବସ୍ତିରେ । ଭୁବନେଶ୍ବର ଭିଏସ୍‌ଏସ୍‌ ନଗରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଉଛନ୍ତି ଅବକାଶ ପାଇକରାୟ(୩୦)। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଶହୀଦନଗର ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି। ସୂଚନାଯୋଗ୍ୟ, ୨ ବର୍ଷ ତଳେ ଅବକାଶ କୋର୍ଟ ମ୍ୟାରେଜ୍‌ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.