banner
Breaking

ତପସ୍ବିନୀଙ୍କ ପାରିତୋଷିକ ୧୦ ହଜାରକୁ କମିଲା

0

ବ୍ରହ୍ମପୁର,୨୨।୨: ବ୍ରହ୍ମପୁର ବହୁ ଚର୍ଚ୍ଚିତ ସୁମିତ୍‌ ସାହୁ-ତପସ୍ବିନୀ ଦାସ ବିବାଦ ମାମଲା ଥମିବାର ନା ନେଉ ନାହିଁ। ଦିନକୁ ଦିନ ଏହି ମାମଲା ନୂଆ ମୋଡ ନେଉଛି। ସୁମିତ୍‌ଙ୍କ ପକ୍ଷରୁ ଦିଆଯାଉଥିବା ପାରିତୋଷିକ ଏବେ ହ୍ରାସ କରାଯାଇଛି। ମାସିକ ୧୭ ହଜାର ବଦଳରେ ୧୦ ହଜାର ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ଦେବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟତ୍ର ରହଣୀ ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ ଅପିଲ ଥିଲା। ଅପିଲ୍‌କୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ବିନୀ ଶାଶୁ ଘରେ ରହିବେ ବୋଲି କୋର୍ଟ କହିଛନ୍ତି। ଏ ନେଇ ତପସ୍ବିନୀଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.