banner
Breaking

ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ୧୪ ଦିନ ଅର୍ଥାତ ମେ ୩୧ ଯାଏ ବୃଦ୍ଧି। କୋହଳ ହୋଇପାରେ କିଛି ନିୟମ।

0

ଭୁବନେଶ୍ୱର,୧୭/୫(ଓଡ଼ିଆ ନ୍ୟୁଜ) : କରୋନା ମହାମାରୀ ପ୍ରଭାବକୁ ଆଖି ଆଗରେ ରଖି ଚତୁର୍ଥ ପର୍ଯ୍ୟାୟରେ ଲକ୍‌ଡାଉନ୍ ଅବଧି ମେ’ ୩୧ ଯାଏଁ ବୃଦ୍ଧି କରାଯାଇଛି । ଏ ନେଇ କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଦେଶର ଅର୍ଥନୈତିକ କାର୍ଯ୍ୟକ୍ରମକୁ ଆଖିରେ ରଖି ଏହି ଲକ୍‌ଡାଉନ୍ ସମୟରେ କ’ଣ କରାଯାଇ ପାରିବ ଓ କ’ଣ କରାଯାଇ ପାରିବ ନାହିଁ ତା’ର ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରି ପାସ୍ କରିବାକୁ ଜାତୀୟ କାର୍ଯ୍ୟକାରୀ କମିଟି (ଏନ୍‌ଇସି)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୃତୀୟ ପର୍ଯ୍ୟାୟ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟରେ ଅନେକ କିଛି କୋହଳ ନୀତି ଅବଲମ୍ବନ କରାଯିବ ବୋଲି ଆକଳନ କରାଯାଉଛି ।
ସୂଚନାଯୋଗ୍ୟ ଚତୁର୍ଥ ପର୍ଯ୍ୟାୟରେ ଆଉ ଦୁଇ ସପ୍ତାହ ଅର୍ଥାତ୍ ୧୪ ଦିନ ଲକ୍ଡ଼ାଉନ ଅବଧି ବଢ଼ି ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ପୂର୍ବରୁ ପଞ୍ଜାବ ଓ ମହାରାଷ୍ଟ୍ର ସରକାର ମେ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କ ରାଜ୍ୟରେ ଲକ୍ଡ଼ାଉନ ଘୋଷଣା କରିଛନ୍ତି ।କୋରୋନା ସଂକ୍ରମଣ ,ଏହାର ଭୟାବହତା ଓ ମୁକାବିଲା ପାଇଁ ଦେଶରେ  ୩ ଥର ଘୋଷଣା ହୋଇଛି ଲକ୍‌ଡାଉନ । ମାର୍ଚ ୨୫ରୁ ଏପ୍ରିଲ ୧୪ ଯାଏ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୨୧ ଦିନ ପାଇଁ  ରହିଥିବା ବେଳେ ଏପ୍ରିଲ ୧୫ରୁ ମେ ୩ ଯାଏ ୧୯ ଦିନିଆ ଦ୍ବିତୀୟ ପର୍ଯ୍ୟାୟ ଲକଡ଼ାଉନ ଘୋଷଣା ହୋଇଥିଲା । ଏହାପରେ ମେ ୪ରୁ ମେ ୧୭ ଯାଏ ୨ ସପ୍ତାହ ଲକ୍ଡ଼ାଉନ ଘୋଷଣା ହୋଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.