banner
Breaking

କୋହଳ ହେଲା ଲକଡାଉନ୍।

0

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧ ଯାଏ ପୁଣି ଆଂଶିକ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ସେ କହିଛନ୍ତି, ପୂର୍ବପରି କାଟାଗୋରୀ ‘ଏ’ରେ ୨୦ ଜିଲା ଏବଂ କାଟାଗୋରୀ ‘ବି’ରେ ୧୦ ଜିଲା ରହିଛି। କାଟାଗୋରୀ ‘ଏ’ରେ ଥିବା ଜିଲାଗୁଡ଼ିକରେ ଦୋକାନ ବଜାର ସକାଳ ୬ରୁ ରାତି ୮ଟା ଯାଏ ଖୋଲା ରହିବ। ସେହିପରି କାଟାଗୋରୀ ‘ବି’ରେ ଦୋକାନ ବଜାର ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ ଏବଂ ପୂର୍ବପରି ନାଇଟ୍‌ କର୍ଫୁ ବଳବତ୍ତର ରହିବ।

କାଟାଗୋରୀ-‘ଏ’ରେ ଥିବା ଜିଲାଗୁଡ଼ିକ ହେଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା।

ତେବେ କାଟାଗୋରୀ ‘ବି’ରେ ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କଟକ ଆଦି ଜିଲା ରହିଛି।

ସେହିପରି ରାଜ୍ୟର ସମସ୍ତ ଜିଲାରେ ଜିମ୍‌, ସ୍ପା ଏବଂ ପାର୍ଲର ଆସନ୍ତାକାଲିଠାରୁ ଖୋଲିବ। ସାରା ରାଜ୍ୟରେ ବସ୍‌  ଚାଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

ବିନା ଦର୍ଶକରେ ଆଉଟଡୋର୍‌ ସ୍ପୋର୍ଟସକୁ ସରକାର ଅନୁମତି ଦେଇଥିବା ବେଳେ ସାରା ରାଜ୍ୟରେ ଇନ୍‌ଡୋର ଓ ଆଉଟଡୋର ଫିଲ୍ମ ଶୁଟିଂକୁ ଅନୁମତି ମିଳିଛି। ସେହିପରି ପାର୍କ, ମଲ୍‌, ସିନେମା ହଲ୍‌, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ। ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ। ବାର୍‌ ବନ୍ଦ ରହିବ, ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ଶଲ ଦେଇପାରିବେ। କାଟାଗୋରୀ ‘ବି’ ଜିଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.