banner
Breaking

ଲକଡାଉନ୍ ରେ କଣ ଖୋଲା କଣ ବନ୍ଦ ରହିବ ଜାଣନ୍ତୁ।

0

ଭୁବନେଶ୍ବର,୨।୫: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ମେ’୫ରୁ ୧୯ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି। ଲକଡାଉନ ଅବଧି ମଧ୍ୟରେ ଏହି ସେବାଗୁଡିକୁ କଟକଣା ମୁକ୍ତ ରଖାଯାଇଛି।

– ଜାରି ରହିବ ଟିକାକରଣ

– କୋଭିଡ ପରୀକ୍ଷା କରାଇପାରିବ

– ବ୍ୟାଙ୍କ ଓ ଏଟିଏମ୍‌ ସେବା ଜାରି ରହିବ

– ହୋଟେଲରେ ବସି ଲୋକେ ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେଇପାରିବେ

– ଲକଡାଉନ ଓ ସଟଡାଉନ ସମୟରେ ଅନ୍‌ଲାଇନ ଡେଲିଭରି ଏବଂ ହୋମ ଡେଲିଭରିକୁ ଅନୁମତି ମିଳିବ

– ଆମ୍ବୁଲାନ୍ସ ସେବା ଜାରି ରହିବ

– ଔଷଧ ଦୋକାନ ଖୋଲା ରହିବ

– କ୍ଷୀର, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ। ୩୦ ଫୁଟ ଦୂରତା ମଧ୍ୟରେ ପ୍ରତ୍ୟେକ ଦୋକାନ ରହିବ

– ମାଲ ପରିବହନ ସେବା କଟକଣା ମୁକ୍ତ ହେବ

– ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ ସେବା ଚାଳୁ ରହିବ

– ଗ୍ୟାରେଜ ଓ ଗାଡି ମରାମତି ଦୋକାନ ଖୋଲା ରହିବ

– ଘରଠୁ ୫୦୦ ମିଟର ଦୂରତା ମଧ୍ୟରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସୋମବାରରୁ ଶୁକ୍ରବାର ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ

– ଶନିବାର ଓ ରବିିବାର ସଟ୍‌ଡାଉନରେ ପୂର୍ବ ଭଳି କଟକଣା ରହିବ

– ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିତରଣ କାର୍ଯ୍ୟ ହୋଇପାରିବ

– ବୈଦ୍ୟୁତିକ, ମୁଦ୍ରିତ ଏବଂ ୱେବ ମିଡିଆକୁ ଅନୁମତି ମିଳିବ

– ପେଟ୍ରୋଲ ପମ୍ପ ଏବଂ ରୋଷେଇ ଗ୍ୟାସ ଯୋଗାଣକୁ ଅନୁମତି ମିଳିବ

– ଚାଷ ସମ୍ପର୍କିତ କାର୍ଯ୍ୟକ୍ରମ କଟକଣା ମୁକ୍ତ ରହିବ

– ସେବା ଯୋଗାଇବେ ଇଲେକ୍ଟ୍ରିସିଆନ, ମୋଟର ମେକାନିକ, ପାଇପ ମିସ୍ତ୍ରୀ

ଲକ୍‌ଡାଉନ ସମୟରେ କ’ଣ ବନ୍ଦ ରହିବ

– ଯାତ୍ରୀବାହୀ ବସ୍‌ ଚଳାଚଳ ଉପରେ ଲାଗୁ ହେବ କଟକଣା

– ଅଟୋ ରିକ୍ସା, ଟ୍ୟାକ୍ସି, କ୍ୟାବ ଚଳାଚଳ ଉପରେ କଟକଣା

– ସମସ୍ତ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟର ବନ୍ଦ

– ସିନେମା ହଲ, ମଲ୍‌, ଜିମ୍‌, ସୁଇମିଂ ପୁଲ, ପାର୍କ ଓ ବାର ବନ୍ଦ ରହିବ

– ଚାଲିପାରିବ ନାହିଁ ସାପ୍ତାହିକ ଓ ଦୈନିକ ହାଟ

– ସାମାଜିକ, ଧାର୍ମିକ, ରାଜନେତିକ ସମାବେଶ ଉପରେ କଟକଣା

– ଯାତ୍ରା, ଅପେରା, ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ ରହିବ

– ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ମନା

Khansweb Solution Bhubaneswar

Leave A Reply

Your email address will not be published.