banner
Breaking

ପୁଣି ସପ୍ତାହେ ବଢିଲା ଦିଲ୍ଲୀ ଲକଡାଉନ୍।

0

ନୂଆଦିଲ୍ଲୀ,୧।୫ : ଦିଲ୍ଲୀରେ ଶେଷ ହେବ ନାହିଁ ଲକ୍‌ଡାଉନ। କୋଭିଡ୍‌ ଲକ୍‌ଡାଉନକୁ ଆହୁରି ଏକ ସପ୍ତାହ ବଢ଼ାଇ ଦିଆଯାଇଛି। ଏ ନେଇ ଶନିବାର ସନ୍ଧ୍ୟାରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।

ଦେଶର ରାଜଧାନୀରେ ଅପ୍ରିଲ ୧୯ ତାରିଖରୁ ଲକ୍‌ଡାଉନ ଜାରି କରାଯାଇଛି। ଏହାକୁ ପୂର୍ବରୁ ମଧ୍ୟ ଏକ ସପ୍ତାହ ପାଇଁ ବୃଦ୍ଧି କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ୨୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୭୫ ଜଣଙ୍କ ଜୀବନ ନେଇଛି କୋଭିଡ୍‌-୧୯। ଗତ ୧୩ ଦିନ ହେଲା ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୦ ହଜାର ଉପରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ ଅବଧିକୁ ବଢ଼ାଇ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.