banner
Breaking

ସରିଲା ଲକଡାଉନ୍। କାଲିଠାରୁ ୩୦ ଦିନ ଅନଲକଡାଉନ୍-୧

0

ନୂଆଦିଲ୍ଲୀ,୩୧/୩(ଓଡ଼ିଆ ନ୍ୟୁଜ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍ ୪.୦‌ ଶେଷ ହେବା ଦିନକ ପୂର୍ବରୁ ସରକାର ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି।ଏହାକୁ ଅନ୍ ଲକଡାଉନ୍ ୧ ବୋଲି କୁହାଯାଇଛି। ଏଥିରେ ଧାର୍ମିକସ୍ଥଳ, ହୋଟେଲ୍‌ ଓ ସପିଂମଲ୍‌କୁ ଜୁନ୍‌ ୮ରୁ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।
ସାରା ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁଭଳି ସ୍ଥିତି ଜାରି ରହିବ। ଏହି ସମୟରେ ଲୋକଙ୍କ ଯାତାୟତରେ ପୂର୍ବଭଳି କଟକଣା ଲାଗୁ କରାଯିବ। ଜୁନ୍‌ ୩୦ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ରହିବ। ତେବେ ଅନ୍ୟସବୁ ଅଞ୍ଚଳରେ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ସାଧାରଣ ଜନଜୀବନକୁ ପୂର୍ବଭଳି ଫେରାଇ ଆଣିବାକୁ ସରକାର ଚେଷ୍ଟା କରୁଛନ୍ତି।
ଏଥିନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ଜାଣନ୍ତୁ ଅନଲକ୍-୧ ରେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ହେବ:-
– ୮ ଜୁନ୍ ଠାରୁ ଧାର୍ମିକ ସ୍ଥାନ, ହୋଟେଲ, ସେଲୁନ୍, ରେଷ୍ଟୁରାଣ୍ଟକୁ ସର୍ତ୍ତ ସହିତ ଖୋଲିବାକୁ ଅନୁମତି ଦିଆଯାଇଛି।
– ମଲ୍ ଗୁଡିକ ମଧ୍ୟ ପର୍ଯ୍ୟାୟକ୍ରମେ ଖୋଲାଯିବ, ଯେଉଁଥି ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା SOP ଜାରି କରାଯିବ।
– ଆନ୍ତଃ ରାଜ୍ୟ ପରିବହନ ଉପରେ ପ୍ରତିବନ୍ଧକ ଲଗାଯିବ ନାହିଁ, ଚାହିଁଲେ ରାଜ୍ୟ ଏହି ପରିବହନକୁ ନିୟନ୍ତ୍ରଣ କରିପାରିବ।
– ବିଦ୍ୟାଳୟ-କଲେଜ ଏବଂ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ପରେ ନିଷ୍ପତ୍ତି ନେବେ।
– ବିବାହ ଏବଂ ଅନ୍ତିମ ସଂସ୍କାରରେ ପୂର୍ବ ନିୟମ ବଳବତ୍ତର ରହିବ |
– ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା, ଅସୁସ୍ଥ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍ ପିଲାମାନଙ୍କୁ ଘରେ ରହିବା ପାଇଁ ଉପଦେଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.