banner
Breaking

LIC ପ୍ରିମୀୟମ ସମୟସୀମା ଏକମାସ ବୃଦ୍ଧି।

0

ଭୁବନେଶ୍ୱର,୧୨।୪: କରୋନା ପାଇଁ ଲୋକମାନେ ଏବେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏହାକୁ ଧ୍ୟାନରେ ରଖି ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଲ୍‌ଆଇସି) ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ଲାଗି ଦେୟ ସମୟସୀମା ଗୋଟିଏ ମାସ ବୃଦ୍ଧି କରାଯାଇଛି ଅର୍ଥାତ୍‌ ଏହି ଅବଧି ମଧ୍ୟରେ ଯେଉଁ ପଲିସିଧାରୀମାନେ ପ୍ରିମିୟମ ଭରିବାର ଥିଲା ସେମାନେ ଗୋଟିଏ ମାସ ଅଧିକ ସମୟ ପାଇଛନ୍ତି। ଏଲ୍‌ଆଇସିର ଡିଜିଟାଲ ପେମେଣ୍ଟ ବିକଳ୍ପକୁ ଆଧାରକରି ପଲିସିଧାରୀ ପ୍ରିମିୟମ ପ୍ରଦାନ କରିପାରିବେ। ଏଲ୍‌ଆଇସିର ପେ ଡାଇରେକ୍ଟ ଆପ୍‌ ଡାଉନ୍‌ଲୋଡ୍‌ କରି ମଧ୍ୟ ଲୋକମାନେ ପ୍ରିମିୟମ ଦେଇପାରିବେ। ପଲିସି ପ୍ରିମିୟମ ନେଟ୍‌ ବ୍ୟାଙ୍କିଙ୍ଗ୍‌, ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ, ପେଟିଏମ୍‌, ଫୋନ ପେ, ଗୁଗଲ ପେ, ଭୀମ୍‌ ଏବଂ ୟୁପିଆଇ ଭଳି ପ୍ଲାଟଫର୍ମରେ ମଧ୍ୟ ପ୍ରଦାନ କରାଯାଇ ପାରିବ ବୋଲି ଏଲ୍‌ଆଇସି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସମୟରେ ଡେଟ୍‌ କ୍ଲେମ୍‌ଗୁଡିକୁ ଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଏହା ସୂଚନା ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.