banner
Breaking

ଖୋର୍ଦ୍ଧା ଶାଖା ପକ୍ଷରୁ ୬୩ତମ ବୀମା ସପ୍ତାହ ପାଳନ

0

ଖୋର୍ଦ୍ଧା, ୧/୯(ଓଡ଼ିଆ ନ୍ୟୁଜ)ଭାରତୀୟ ଜୀବନ ବୀମା ନିଗମ, ଖୋର୍ଦ୍ଧା ଶାଖା ତରଫରୁ ୬୩ତମ ବୀମା ସପ୍ତାହ ଶାଖା କାର୍ଯ୍ଯାଳୟ ରେ ଉଦ୍ ଘାଟନ ହୋଇ ଯାଇଅଛି ା ସପ୍ତାହବ୍ଯାପୀ ଉକ୍ତ ଉତ୍ସବକୁ ଭାରତୀୟ ଜୀବନ ବୀମା ନିଗମର ପ୍ରାକ୍ତନ ପ୍ରାଦେଶିକ ପ୍ରବନ୍ଧକ(କାର୍ମିକ),ମଧ୍ୟକ୍ଷେତ୍ର, ମିହିର କୁମାର ରାଉତ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ ା ଶାଖା ପରିଚାଳକ, ଅରୁଣ କୁମାର ବିଶ୍ବାଳ ତାଙ୍କ ପ୍ରାରମ୍ଭିକ ଅଭିଭାଷଣ ରେ ଭାରତୀୟ ଜୀବନବୀମା ନୀଗମର ୬୩ବର୍ଷର ସ୍ବର୍ଣିମ ଇତିହାସ ଆଲୋଚନା କରିଥିଲେ ା ଗ୍ରାହକ ମାନଙ୍କର ନିକଟତର ହେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ା
ମୂଖ୍ଯ ଅତିଥୀ ଶ୍ରୀ ରାଉତ, ସମସ୍ତ କର୍ମଚାରୀ, ଅଭିକର୍ତ୍ତା ମାନଙ୍କୁ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିବାକୁ ଆହ୍ବାନ କରିଥିଲେ ା ଏହାଦ୍ବାରା ଗ୍ରାହକ ମାନଙ୍କୁ ସର୍ବୋତ୍କ୍ରୁଷ୍ଠ ସେବା ଦେଇହେବ ା
ଉନ୍ନୟନ ଅଧିକାରୀ, ଲକ୍ଷ୍ମୀଧର ମିଶ୍ର, କର୍ମଚାରୀ ନେତା, ସୁବ୍ରତ କୁମାର ମିଶ୍ର, ଅଭିକର୍ତା ସଂଘ ର ସଂପାଦକ ବିଭୁ ପ୍ରସାଦ କର ଉକ୍ତ ଆଲୋଚନାରେ ଅଂଶ ଗ୍ରହଣ କରି ଭାରତୀୟ ଜୀବନବୀମାର ଅତୀତ ଓ ବର୍ତମାନ ବିଷୟରେ ପୁଂଖାନୁପୁଂଖ ତଥ୍ୟ ଉପସ୍ଥାପନ କରିଥିଲେ ା
ଶେଷରେ ପ୍ରଶାସନିକ ଅଧିକାରୀ, ମନୀଷା ଦେବତା ଧନ୍ଯବାଦ ଅର୍ପଣ କରିଥିଲେ ା ପ୍ରତାପ କୁମାର ରାଉତରାୟ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଶତାଧିକ କର୍ମଚାରୀ, ଅଭିକର୍ତା ଯୋଗଦେଇଥିଲେ ା

Khansweb Solution Bhubaneswar

Leave A Reply

Your email address will not be published.