banner
Breaking

ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ହେଲେ ସିଦ୍ଧାର୍ଥ ମହାନ୍ତି।

0

ନୂଆଦିଲ୍ଲୀ,୧।୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି। ସିଦ୍ଧାର୍ଥଙ୍କ ନିଯୁକ୍ତି ନେଇ ଭାରତ ସରକାର ଗତ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେ ଏହା ପୂର୍ବରୁ ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ (ଏଲ୍‌ଆଇସି ଏଚ୍‌ଏଫ୍‌ଏଲ୍‌) ଏମ୍‌ଡି ଏବଂ ସିଇଓ ଭାବେ କାର୍ଯ୍ୟ କରୁଥିଲେ। ମହାନ୍ତି ୧୯୮୫ରେ ଜଣେ ରିକ୍ରୁଟ୍‌ ଅଫିସର ଭାବେ ଏଲ୍‌ଆଇସିରେ ଯୋଗ ଦେଇଥିଲେ। ସମୟକ୍ରମେ ସେ ଏଲ୍‌ଆଇସିର ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହ କାର୍ଯ୍ୟକାରୀ ନିର୍ଦ୍ଦେଶକ (ଲିଗାଲ) ଭାବେ କାର୍ଯ୍ୟ କରିଛନ୍ତି। ସେ ଏହି କର୍ପୋରେଶନରେ ଦୀର୍ଘ ୩୦ ବର୍ଷ ହେବ କାର୍ଯ୍ୟ କରି ସାରିଛନ୍ତି। ତାଙ୍କର ମାର୍କେଟିଂ, ମାନବ ସମ୍ବଳ, ଲିଗାଲ ଇନ୍‌ଭେଷ୍ଟ ଏବଂ ମୁଖ୍ୟ ଇନ୍‌ଭେଷ୍ଟ(ମନିଟରିଂ) ଆଦି କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିବାର ବିଶେଷ ଅଭିଜ୍ଞତା ରହିଛି। ସେ ମହାରାଷ୍ଟ୍ର, ଗୁଜରାଟ, ଗୋଆ, କଟକ ଓ ରାୟପୁର ଭଳି ସ୍ଥାନରେ ବିଭିନ୍ନ ପଦବୀର କାର୍ଯ୍ୟ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.