banner
Breaking

ଏଲସି ବ୍ଲକ ଉନ୍ନୟନ ଓ ସାଂସ୍କୃତିକ ସଂଘର ବାର୍ଷିକ ନିର୍ବାଚନ

0

ଭୁବନେଶ୍ୱର ; ଶୈଳଶ୍ରୀ ବିହାର ଫେଜ ଦୁଇରେ ୮୮୮ଟି ପରିବାରକୁ ନେଇ ଗଠିତ ଏଲସି ବ୍ଲକ ଉନ୍ନୟନ ଓ ସାଂସ୍କୃତିକ ସଂଘର ସାଧାରଣ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ କମୁନିଟି ଗୃହ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ବିଭିନ୍ନ ସମସ୍ୟା ଓ ବିଗତ ଦିନର ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା ହେବାସହ ବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶ୍ରୀନିବାସ ମିଶ୍ର ଓ ଇଶ୍ୱର ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ମାନସ କୁମାର ଦାଶ, ଉପ ସଭାପତି ଅଯୋଧ୍ୟା ବେହେରା, ସଂପାଦକ ମନୋରଞ୍ଜନ ଜେନା, ସହ ସଂପାଦକ କୃଷ୍ଣ ମୋହନ ମହାପାତ୍ର, କୋଷାଧ୍ୟକ୍ଷ ଅବୋଧ କୁମାର ରାୟ କାର୍ଯ୍ୟକାରୀ ସଦସ୍ୟ ଭାବେ ଧନେଶ୍ୱର ରାଉତ, ଅଶୋକ ରଥ, ଶିଶିର ଖଣ୍ଡେଇ, ପ୍ରହଲ୍ଲାଦ ଆଚାର୍ଯ୍ୟ, ଆଶିଷ ସାମଲ, ଅନିଲ କୁମାର ରାୁଉତ ଓ କୃଷ୍ଣ ବଳିଆରସିଂ ନିର୍ବାଚିତ ହୋଇଥିଲେ । ଉପଦେଷ୍ଠା ମଣ୍ଡଳୀରେ ଇଶ୍ୱର ଚନ୍ଦ୍ର ସ୍ୱାଇଁ, ଆକୁଳି ନାୟକ(ବିନ୍ଦୁ), ବ୍ୟୋମକେଶ ପଟ୍ଟନାୟକ(ମୁନା), ସନ୍ଦିପ ବାରିକ, ଅକ୍ଷୟ କୁମାର ଦାସ, ସୁଶିଲ କୁମାର ପଣ୍ଡା, ଦୁର୍ଗା ପ୍ରସାଦ ଦାଶ ଓ ଶାନ୍ତିଲତା ସାହୁଙ୍କୁ ମନୋନୀତ କରାଯାଇଥିଲା ବୋଲି ସଭାପତି ଜଣାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.