banner
Breaking

ପୁଣି ଦାନା ବାନ୍ଧୁଚି ଆଉଏକ ଲଘୁଚାପ।

0

ଭୁବନେଶ୍ୱର,୬।୧୦(ବ୍ୟୁରୋ): ପୁଣି ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମେ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଦିଗକୁ ଆସିପାରେ ବୋଲି ଟୁଇଟ୍‌ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରିଣ ଓ କେତେକ ସ୍ଥାନରେ ଘଡଘଡ଼ି ସହ ବର୍ଷା ହୋଇଛି। କାଶିନଗର, ପାଲଲହଡ଼ା ଓ ବେତନଟୀରେ ଅଧିକ ବର୍ଷା ହୋଇଛି। ଆଗାମୀ ୫ ଦିନ ଧରି ଓ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳ ଜିଲାରେ ବଜ୍ରପାତ ହେବାର ଆଶଙ୍କା କରାଯାଇଛି। ଏହିଛ ଅନ୍ୟ ଜିଲାରେ ମଧ୍ୟ ବଜ୍ରପାତ ହୋଇପାରେ ।

ଅପରପକ୍ଷେ ଆଇଏମ୍‌ଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଲଘୁଚାପଟି ବାତ୍ୟାରେ ପରିଣତ ହେଲେ ତାର ନାଁ ‘ଜାଓ୍ବାଦ’ ରଖାଯିବ। ତେବେ ଏହା ଓଡ଼ିଶା ଆଡ଼କୁ ଆସିବାର ସମ୍ଭାବନା ଥିବାରୁ ଚଳିତ ବର୍ଷ ଦଶହରା ଉତ୍ସବ ଫିକା ପଡ଼ିବାର ସମ୍ଭାବନା ରହିଛି। କରୋନା କଟକଣା ଯୋଗୁ ପୂର୍ବରୁ ଦଶହରାକୁ ନେଇ ଲୋକଙ୍କ ମନରେ ଉତ୍ସାହ କମ୍‌ ଥିଲା। ଏବେ ବାତ୍ୟା ସମ୍ଭାବନା ଥିବାରୁ ଏହା ସମ୍ପୂର୍ଣ୍ଣ ଧୋଇଯିବାର ଆଶଙ୍କା ଦେଖାଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.