banner
Breaking

ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଲ ଏସି ଗ୍ରସ୍ତ ଓ ପୂଜାର୍ଚ୍ଚନା।

0

ନୂଆଦିଲ୍ଲୀ,୨୧।୧୦: ଚାଇନା ସୀମାରେ ନିୟୋଜିତ ଯବାନଙ୍କ ମନୋବଳ ବଢାଇବା ପାଇଁ ଏଥର ଦଶହରାରେ ବାସ୍ତବିକ ନିୟନ୍ତ୍ରଣ ରେଖ(ଏଲ୍‌ଏସି) ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥ ୨୩-୨୪ ଅକ୍ଟୋବରରେ ସିକ୍କିମ୍‌ ସେକ୍ଟରରେ ଏଲ୍‌ଏସି ଗସ୍ତ କରିବେ ଏବଂ ସେଠାରେ ଅସ୍ତ୍ର ପୂଜା କରିବେ। ଏହାସହ ଏଲ୍‌ଏସି ଯାତ୍ରା ସମୟରେ ଅନେକ ରଣନୀତିକ ସେତୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଗତ ବର୍ଷ ପ୍ରତିରକ୍ଷା ମନ୍ତ୍ରୀ ଫ୍ରାନ୍ସରେ ରାଫାଲ ଯୁଦ୍ଧ ବିମାନର ଅସ୍ତ୍ରକୁ ପୂଜା କରିଥିଲେ ଏବଂ ଚଳିତ ବର୍ଷ ସେ ଚାଇନା ସୀମାରେ ପୂଜା କରିବେ। ଭାରତ ଏବଂ ଚାଇନା ସୀମା ବିବାଦ ତୀବ୍ର ହୋଇଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଯାତ୍ରା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହଯାଉଛି। ସୂଚନାଯୋଗ୍ୟ, ନିକଟ ଅତୀତରେ ଏଲ୍‌ଏସିରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଘଟଣା ମଧ୍ୟ ଘଟିଛି ଏବଂ ହିଂସାତ୍ମକ ସଂଘର୍ଷରେ ଉଭୟ ଦେଶର ସୈନିକ ପ୍ରାଣ ହରାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.