banner
Breaking

କୁନ୍ଦୁଲି ଘଟଣା ମିଛ ଓ ରହସ୍ୟମୟ – କମିଶନ

0

ଭୁବନେଶ୍ୱର,୩ ।୮(ଓଡ଼ିଆ ନ୍ୟୁଜ): ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଆଜି ଗୃହରେ ଉପସ୍ଥାପନ ହେବା ପରେ ଏହି ଘଟଣାକୁ ମିଛ ବୋଲି କହିଛନ୍ତି କମିଶନ । କମିଶନ କହିଛନ୍ତି ଯେ, ‘କୁନ୍ଦୁଲି ଝିଅ ମିଛ ଅଭିଯୋଗ କରିଥିଲା । କେଉଁ କାରଣରୁ ମିଛ ଅଭିଯୋଗ କରିଥିଲା ତାହା ଏବେବି ରହସ୍ୟ ହୋଇ ରହିଛି । ଅନ୍ୟପଟେ କୁନ୍ଦୁଲି ଝିଅର ଆତ୍ମହତ୍ୟା ଏବେବି ରହସ୍ୟମୟ ।’

ଏହାଛଡା କୁନ୍ଦୁଲିରେ ଏପରି କିଛି ଘଟଣା ଘଟିନାହିଁ ବୋଲି କମିଶନ କହିଛନ୍ତି । ଏଥି ପାଇଁ କାହାକୁ ଦାୟୀ କରାଯାଇପାରିବ ନାହିଁ । କୁନ୍ଦୁଲି ଝିଅକୁ ଯୌନ ନିର୍ଯାତନା ଦିଆଯାଇନାହିଁ । ଏନେଇ ସରକାର ଓ ପୋଲିସଙ୍କ କ୍ଲିନ ଚିଟ୍ ଦେବା ସହ ଘଟଣାକୁ ନେଇ ନେତା, ରାଜନୈତିକ ଦଳ ଓ ମିଡିଆକୁ ଦୋଷ ଦେଇଛନ୍ତି କମିଶନ ।

Khansweb Solution Bhubaneswar

Leave A Reply

Your email address will not be published.