banner
Breaking

ସ୍ବାଭିମାନ ସହ ଚାଷୀ ବଞ୍ଚୁ ଓ ନୂଆ ଟେକ୍ନୋଲୋଜି ବ୍ୟବହାର କରୁ ଏବଂ ଚାଷୀ ବିକାଶର ସାରଥୀ ହେଉ-ମୁଖ୍ୟମନ୍ତ୍ରୀ।

0

ଭୁବନେଶ୍ୱର,୨୦।୧(ଓଡ଼ିଆ ନ୍ୟୁଜ): ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା-୨୦୨୦’ ସୋମବାରଠାରୁ ଜନତା ମଇଦାନରେ ଆରମ୍ଭ ହୋଇଛି। ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି। ନୂଆ କୃଷି ନୀତି ଚାଷୀ ବିକାଶର ଲକ୍ଷ୍ୟ । କୃଷିର ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛୁ। କାଳିଆ ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ସ୍ବାଭିମାନ ସହ ଚାଷୀ ବଞ୍ଚୁ ଏବଂ ନୂଆ ଟେକ୍ନୋଲୋଜି ବ୍ୟବହାର କରୁ। ଚାଷୀ ବିକାଶର ସାରଥୀ ହେଉ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ୩୦ଟି ଜିଲାରୁ ପାଖାପାଖି ୫ ହଜାର ଚାଷୀ ଯୋଗଦେଇଥିଲେ।
କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଦେଶ, ବିଦେଶରେ କୃଷି କ୍ଷେତ୍ରରେ ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀ ସହିତ ରାଜ୍ୟର କୃଷକମାନଙ୍କୁ ପରିଚିତ କରାଇବା ଲକ୍ଷ୍ୟରେ ଏହା ଆୟୋଜନ କରାଯାଉଛି। ଏହି ମହୋତ୍ସବ ୫ ଦିନ ଧରି ଚାଲିବ।  ପ୍ରତ୍ୟହ ପାଠଶାଳା ଓ ଆଲୋଚନାଚକ୍ର ଆୟୋଜିତ ହେବ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରାୟ ୧୧୨ କମ୍ପାନୀ ଏଥିରେ ଯୋଗଦେବେ। କୃଷିର ଗୁରୁତ୍ୱ ଏବଂ କୃଷକଙ୍କ ଅବଦାନକୁ ସ୍ବୀକୃତି ପ୍ରଦାନ ସହ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ଚଳିତ ବର୍ଷ ମହୋତ୍ସବରେ ୨୨୮ ଷ୍ଟଲ ନିର୍ମାଣ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.