banner
Breaking

ଭୋକର ଜ୍ୱାଳାରେ ଅସହାୟ ମଣିଷ : ପ୍ରଶାସନ ଚୁପ l

0

କୋରାପୁଟ ଜିଲ୍ଲାରେ କରୋନା କାୟା ଯୋଗୁଁ ସହରର ୨ ଦିନ ଶନିବାର ଏବଂ ରବିବାର ସଟଡାଉନ ପ୍ରଶାସନ ତରଫରୁ ଘୋଷଣା କରାଯାଇଛି l ଏହି ପରିପ୍ରେକ୍ଷୀରେ ଏବେ କୋରାପୁଟର ଏକ ଅସହାୟଙ୍କ କଥା ନ କହିଲେ ସମ୍ପୂର୍ଣ ଭଲ ତାହାର ଏକ ବିରଳ ପ୍ରତିଛବି ଏହି ଅସହାୟ ବ୍ୟକ୍ତିଟିକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହେବ l କରୋନା ଯୋଗୁଁ ବିଭିନ୍ନ ଦୋକାନ ବଜାର ବନ୍ଦ ଯୋଗୁଁ ଏହି ଅସହାୟ ଜଣକ କୋରାପୁଟ ଶିଶୁ ଉଦ୍ୟାନ ସମୁଖରେ ପଡିରହିଥିବା କିଛି ଫୋପଡା ଯାଇଥିବା ଖାଦ୍ୟ ଭକ୍ଷଣ କରି ଭୋକର ଜ୍ୱାଳାକୁ କିଂଚିତ ନିୟନ୍ତ୍ରଣ କରିଛନ୍ତି l କିନ୍ତୁ ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାର ଏହି ସମୟରେ ରାସ୍ତା କଡର ଅସହାୟଙ୍କ ପାଇଁ ଖାଦ୍ୟ ପ୍ରଦାନ ପାଇଁ ବିଭିନ୍ନ ଅସହାୟ କେନ୍ଦ୍ର ଖୋଲିବା ପାଇଁ ଯୋଜନା କରିଥିଲେ ମଧ୍ୟ ତାହା କିଭଳି କାର୍ଯ୍ୟ କରୁଛି ତାହା ଜିଲ୍ଲା ପ୍ରଶାସନ ଦେଖି ନ ଦେଖିଲା ଭଳି ଅଭିନୟ କରିବା ପୁଣି ଯଦି ଏହି ବ୍ୟକ୍ତି ଜଣକ ରାସ୍ତା କଡର ପଡିରହିଥିବା ଏହିଭଳି ପଚାଷଢl ଖାଦ୍ୟ ଖାଇ କରୋନା ଭଳି ମହାମାରୀର ଶିକାର ଯେ ନ ହେବ କିଏ କହିପାରିବ ଏବଂ ଏହା ପାଇଁ ଦାୟୀ କିଏ ରହିବ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି l

Khansweb Solution Bhubaneswar

Leave A Reply

Your email address will not be published.