banner
Breaking

ବୁଲା ପଶୁମାନଙ୍କୁ ଖାଦ୍ୟ ବଣ୍ଟନ।

0

କୋରାପୁଟ,୧୪/୫:-ଜିଲ୍ଲା ପ୍ରଶାସନର କରୋନା କଟକଣା ଯୋଗୁଁ ବର୍ତ୍ତମାନ ସହରରେ ଲକଡାଉନ ଓ ସଟଡାଉନ ଲାଗୁ କରାଯାଇଅଛି l ଏଥି ଯୋଗୁଁ ସହର ବଜାରରେ ବୁଲୁଥିବା ପଶୁ ମାନଙ୍କର ଖାଦ୍ୟ ଅଭାବ ଦେଖାଦେଇଛି l ଏହାକୁ ନଜରରେ ରଖି ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ସହଯୋଗରେ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ବୁଲୁଥିବା କୁକୁର ଏବଂ ଗାଈକୁ ଖାଦ୍ୟ ପ୍ରଦାନ କରାଯାଇଅଛି l ଏହି କାର୍ଯ୍ୟକ୍ରମକୁ ପୌରାଞ୍ଚଳର କର୍ମଚାରୀ ଖାଦ୍ୟ ପରଷୁଥିବା ଲକ୍ଷ୍ୟ କରାଯାଇଅଛି l ଏହି କାର୍ଯ୍ୟକ୍ରମ ସଟଡାଉନ ନହଟିଲା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପୌରାଞଳ କର୍ମଚାରୀ କହିଅଛନ୍ତି l ତେବେ ସମ୍ପ୍ରତି କରୋନା ପାଇଁ ସବୁ ବନ୍ଦ ରହୁଥିବା ଯୋଗୁଁ ଏପରି ବ୍ୟବସ୍ଥା କରାଯାଇଅଛି l

Khansweb Solution Bhubaneswar

Leave A Reply

Your email address will not be published.