କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଜାରିହେଲା ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬,୯୪୩୯୯୯୪୮୫୭

ଭୁବନେଶ୍ଵର : ଚୀନର ଭୟଙ୍କର ‘କରୋନା’ ଭାଇରସ ୮୦ ମୁଣ୍ଡ ନେଇସାରିଲାଣି। ଏଥିପାଇଁ ଭୟଭୀତ ହୋଇପଡିଛନ୍ତି ବିଶ୍ବବାସୀ।ଦେଶଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ମୁକାବିଲା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ବ୍ୟବସ୍ଥା ଭିତରେ ଓଡିଶା ସରକାର ବି ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୪ ଘଣ୍ଟିଆ ନିୟନ୍ତ୍ରଣ  କକ୍ଷ ଖୋଲାଯିବା ସହ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି ।  ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬,୯୪୩୯୯୯୪୮୫୭