banner
Breaking

କୋଣାର୍କ ଓଡିଶା ପରିବାର ପକ୍ଷରୁ ସାହିତ୍ୟ ଆସର

0

ଭୁବନେଶ୍ୱର,୧୪ା୭/ କୋଣାର୍କ ଓଡିଶା ପରିବାର ଆନୁକୁଲ୍ୟରେ ମୈାସୁମୀ ସାହିତ୍ୟ ଆସର ସ୍ଥାନୀୟ ଭାରତ ସ୍କାଉଟ ଓ ଗାଇଡ ପ୍ରକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହରପ୍ରସାଦ ଦାସ ,ସମ୍ମାନିତ ଅତିଥି ଭାବେ ଶରତ ଦାଶ ,ବିଶ୍ୱଜିତ୍ ସୂର୍ଯ୍ୟ ବଂଶୀ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରକାଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ସାହିତ୍ୟ ସଦାସର୍ବଦା ସମାଜ ମଙ୍ଗଳ ଧର୍ମୀହେଉ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି କପିଳେଶ୍ୱର ଖମାରୀଙ୍କ ଅଧ୍ୟକ୍ଷତାରେ ସାହିତ୍ୟ ଓ ଜୀବନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ପରେ ଦୁଇଟି ଅଧିବେଶନରେ କବିତା ପାଠୋତ୍ସବ କରାଯାଇଥିଲା ।ଏଥିରେ ଅତିଥି ଭାବେ ଦିଲ୍ଲୀପ ଶ୍ରୀଚନ୍ଦନ ,ପ୍ରଦିପ ବିଶ୍ୱାଳ ,ଧନଞ୍ଜୟ ସ୍ୱାଇଁ ,ଦୁର୍ଗାମାଧବ ପଣ୍ଡା ଯୋଗ ଦେଇଥିବା ବେଳେ ସର୍ବଣୀ ଦାସ ,ବେଦପ୍ରକାଶ ନାୟକ ,ସଙ୍ଗୀତା ପଣ୍ଡା ଷଡଙ୍ଗୀ ସଂଯୋଜନା କରିଥିଲେ । ଏହି ଆସରରେ ବସନ୍ତ ଦାସ ,ମିନତି ମିଶ୍ର ସଭାପତିତ୍ୱ କରିଥିଲେ । ଅନୁଷ୍ଠାନର ସମ୍ପାଦକ ବିଚିତ୍ର ମହାପାତ୍ରଙ୍କ ଉଦ୍ୟମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ଶହେରୁ ଉର୍ଦ୍ଧ କବି ଓ କବୟତ୍ରୀ ଯୋଗଦେଇଥିଲେ । ଉତ୍ସବକୁ ଚନ୍ଦ୍ରଶେଖର ଦାସ ପରିଚାଳନା କରିଥିବା ବେଳେ ସଞ୍ଜୟ ଜୟସିଂ ,ସୁଭଦ୍ରା ନାୟକ ,ସୁନିଲ ନାୟକ ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଇଂ ସ୍ମୁତି ରଞ୍ଜନ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.