banner
Breaking

କୋଣାର୍କ ପ୍ରକାଶନୀର ଶୁଭ ଜନ୍ମୋତ୍ସବ ଓ ପୁସ୍ତକ ଲୋକାର୍ପଣ

0

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): କୋଣାର୍କ ପ୍ରକାଶନୀର ଶୁଭ ଜନ୍ମୋତ୍ସବ ୟୁନିଟ୍ ୩ ସ୍ଥିତ ହୋଟେଲ୍ କେଶରୀ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ନାୟକ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କବି ଶରତ ଚନ୍ଦ୍ର ଦାସ, କବି ଶଙ୍କର୍ଷଣ ପରିଡା ପ୍ରମୁଖ ଯୋଗଦେଇ ପ୍ରକାଶନୀର ଶୁଭକାମନା କରିବା ସହିତ ଆଧୁନିକ ଓଡିଆ କବିତାର ଧାରା ଓ ଭାବାବେଗ ସମାଜ ପ୍ରତି ସୃଜନଶୀଳତା ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କବି କୁଳମଣୀ ଷଡଙ୍ଗୀଙ୍କର କାବ୍ୟଗ୍ରନ୍ଥ ‘ମାୟାମହ୍ଲାର’ ଓ କବି ସୁରେନ୍ଦ୍ର କୁମାର ମଲ୍ଲିକଙ୍କ କବିତା ପୁସ୍ତକ ‘ବିଯୁକ୍ତ ବଂଶୀ’ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ପ୍ରକାଶନୀର ମୁଖ୍ୟ ବିଚିତ୍ର ମହାପାତ୍ର ଅତିଥି ପରିଚୟ କରିବା ସହିତ ପ୍ରକାଶନୀର ଜନ୍ମବୃତାନ୍ତ ସଂପର୍କରେ ଏବଂ ଏହାର ପ୍ରଚ୍ଛଦପଟ କାହାଣୀ ଓ ଆଗାମୀ ପ୍ରସ୍ତୁତି ସଂପର୍କରେ ତାଙ୍କ ଆଶା ଅଭିପ୍ସାକୁ ଉପସ୍ଥାପନା କରିଥିଲେ । ଏହି ଅବସରରେ କ୍ଷୀରୋଦିନି ବେହେରା, ଗୋଲକ ବିହାରୀ ବେହେରା, ମିନତୀ ମିଶ୍ର, ଦେବବ୍ରତ ଚନ୍ଦ୍ର ଓ ଅନିମା ପଟ୍ଟନାୟକ ଏହି ୫ ଜଣ ଯଶସ୍ୱୀ କବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ପ୍ରତିଷ୍ଠିତ ସାହିତ୍ୟିକ ଓ କବି ଯୋଗଦାନ କରି ପ୍ରକାଶନର ଶୁଭକାମନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.