banner
Breaking

ଶପଥ ଗ୍ରହଣ କଲେ ମମତା ବାନାର୍ଜୀ।

0

କୋଲକାତା,୫।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ତୃତୀୟ ଥର ପାଇଁ ବୁଧବାର ୧୦ଟା ୪୫ରେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଜଗଦୀପ୍‌ ଧାନଖାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍‌ ଅତିଥିଙ୍କୁ ଶପଥ ଗ୍ରହଣ ଉତ୍ସବରେ ସାମିଲ କରାଯାଇଥିଲା। ମଞ୍ଚରେ କେବଳ ମମତା ଏବଂ ରାଜ୍ୟପାଳ ଜଗଦୀପ୍‌ ଉପସ୍ଥିତ ଥିଲେ। ନବ ନିର୍ବାଚିତ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ କରୋନା ମାର୍ଗଦର୍ଶିକାକୁ ପାଳନ କରି ମେ ୯ରେ ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ଦିବସରେ ଆୟୋଜନ କରିବାକୁ ଦଳ ପକ୍ଷରୁ ସ୍ଥିର ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.