banner
Breaking

ଆଇସିସି ବିଶ୍ବକପ୍ ତାଲିକାରୁ ବାଦ ପଡିଲେ ବିରାଟ କୋହଲି

0

ଭୁବନେଶ୍ୱର: (ଓଡ଼ିଆ ନ୍ୟୁଜ୍) ଆଇସିସି ନିଜର ବିଶ୍ଵକପ୍ ଟିମ୍ ଘୋଷଣା କରିଛି। ଏହି ଦଳରେ ଭାରତର ଦୁଇ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି, ମାତ୍ର ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଏହି ଦଳରୁ ବାଦ ପଡିଛନ୍ତି । ଭାରତ ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ ଯଶପ୍ରୀତ ବୁମରାଙ୍କୁ ସ୍ଥାନ ମିଳିଛି।

ଆଇସିସି ନିଜର ବିଶ୍ଵକପ ଦଳର ଅଧିନାୟକ ରୂପେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନଙ୍କୁ ଚୟନ କରିଛି। ଏହି ଦଳରେ ସବୁଠୁ ଅଧିକ ୪ ଖେଳାଳି ଇଂଲଣ୍ଡର, ୩ ନ୍ୟୁଜିଲାଣ୍ଡର, ୨ ଭାରତ, ୨ ଅଷ୍ଟ୍ରେଲିଆର ଏବଂ ୧ ବାଂଲାଦେଶର ସାମିଲ ଅଛନ୍ତି। କିନ୍ତୁ ଟ୍ରେଣ୍ଟ ବୋଲ୍ଟଙ୍କୁ ୧୨ତମ ଖେଳାଳି ରୂପେ ଦଳରେ ସ୍ଥାନ ମିଳିଛ।
ଚକିତ କରିବା ଭଳି କଥା ଏହା ଯେ, ଆଇସିସିର ଦିନିକିଆରେ ଏକ ନମ୍ବର ସ୍ଥାନରେ ଥିବା ବିରାଟ କୋହଲିଙ୍କୁ ଏହି ବିଶ୍ଵକପ ଦଳରେ ସ୍ଥାନ ମିଳିନାହିଁ। କୋହଲି ଏହି ବିଶ୍ଵକପରେ ୪୪୨ ରନ କରିଥିଲେ। ଚଳିତ ବିଶ୍ଵକପରେ କ୍ରମାଗତ ୫ ଅର୍ଦ୍ଧଶତକ ହାସଲ କରିଥିଲେ। ମାତ୍ର ଏହି ବିଶ୍ଵକପରେ ସେ ଗୋଟିଏ  ହେଲେ ଇନିଂସରେ ଶତକ ହାସଲ କରିପାରିନଥିଲେ।

Khansweb Solution Bhubaneswar

Leave A Reply

Your email address will not be published.