ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ପୃଥିବୀର ଆଉଜଣେ ଆଶ୍ଚର୍ଯ୍ୟ।ଦୃଢ ସ୍ମରଣ ଶକ୍ତି ବଳରେ ଗାଇଲେ ଗାନ୍ଧୀଙ୍କ ଇତିହାସ। କନ୍ଧମାଳ ଜିଲ୍ଲାର ୬ବର୍ଷର ଶିଶୁ କନ୍ୟା ସୁଦେସ୍ନା ପ୍ରଧାନ(ଟିକିଲି) ଶତାଧିକ ଦର୍ଶକଙ୍କ ଆଗରେ ଅନର୍ଗଳ ଗାନ୍ଧୀଙ୍କ ଇତିହାସ୍ ବଖାଣିବା ସହ ସମସ୍ତ ଦର୍ଶକଙ୍କୁ ସ୍ତବ୍ଦ କରିଦେଇଥିଲେ। ଯାହାର ଭିଡ଼ିଓ ମାତ୍ର ଗୋଟିଏ ଦିନରେ ୧ମିଲିଅନ୍ ଛୁଇଁଥିଲା ସାମାଜିକ ଗଣମାଧ୍ୟମରେ। କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ୍ ସୋସିଆଲ୍ ସାଇନସେସ୍ (କିସ୍)ରେ ଟିକିଲି ଦ୍ବୀତୀୟ ଶ୍ରେଣୀର ଛାତ୍ରୀ। କନ୍ଧମାଳ ଟିକାବାଲି ଜଙ୍ଗଲି ଗ୍ରାମାଞ୍ଚଳରେ ଶିକ୍ଷାର ସୁବିଧା ନଥିବାରୁ ଟିକଲି ଗତ ୨ବର୍ଷ ହେବ କିସ୍’ରେ ନାମଲେଖାଇ ପାଠ ପଢ଼ୁଅଛି। ବଣମଲି ବଣରେ ମୁଉଳି ନଯାଇ ନିଜ ପ୍ରତିଭାକୁ ଏକ ମଞ୍ଚ ଦେବାରେ ସକ୍ଷମ ହୋଇଛି କିସ୍’ ମାଧ୍ୟମରେ। ତେଣୁ ସେ କିସ୍’ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନିକଟରେ କୃତଜ୍ଞବୋଲି ନିଜ ଭାଷଣରେ ବଖାଣିଛି। କୋମଳ ମତି ବୟସରେ କଥା ଠିକରେ କହି ପାରୁନଥିବା ଟିକିଲି ଗାନ୍ଧୀଙ୍କ ସମେତ ଶାସ୍ତ୍ରୀ ଓ ଅଚ୍ୟୁତ ସାମନ୍ତଙ୍କ ଜିବନୀକୁ ପ୍ରାଞ୍ଜଳଭାବେ ମନେରଖି ଚମତ୍କାର ଭାଷଣା ଦେଇ ରାଜଧାନୀବାସୀଙ୍କୁ ସ୍ତବ୍ଦ କରିଦେଇଛି। ଗତ ଦୁଇ ଦିନ ପୂର୍ବେ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଗାନ୍ଧୀ ଦର୍ଶନର ବାସ୍ତବ ପ୍ରତିଫଳନ’ କାର୍ଯ୍ୟକ୍ରମରେ ଟିକିଲି ଭାଷଣ ଦେଇଥିଲେ। ଯାହାକୁ ଉପସ୍ଥିତ ଦର୍ଶକ ଆଶ୍ଚର୍ଯ୍ୟହୋଇ ଶୁଣିବାସହ ମୋବାଇଲ୍ ରେ ରେକଡ଼ିଂ କରିଥିଲେ। ଚାହୁଁଚାହୁଁ ସେହି ଭିଡ଼ିଓଟି ଭାଇରାଲ ହୋଇଯାଇଥିଲା। ଫଳରେ ମାତ୍ର ଗୋଟିଏ ଦିନରେ ୧ମିଲିୟନ ର୍ଦଶକ ଏହାକୁ ଦେଖିବା ସହ ୫୦ ଲକ୍ଷ୍ୟ ର୍ଦଶକ ଏହାକୁ ଶେୟାର କରିତିଲେ। ଅନ୍ୟ ପକ୍ଷରେ ଟିକିଲିିର ଏହି ଚମତ୍କାର ଭାଷଣ ଭିଡ଼ିଓ ମୋବାଇଲ୍ କୁ ମୋବାଇଲ୍ ଘୁରିବୁଲି ୧୦ ମିଲିୟନ୍ ଲାଇକ୍ ଛୁଇଁଥିବା ଜଣାପଡ଼ିଛି।




