banner
Breaking

ଆଜି କିସର ବଲାଙ୍ଗୀର ଶାଖା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

0

ବଲାଙ୍ଗୀର,୧୫/୨ (ଓଡ଼ିଆ ନ୍ୟୁଜ): ଓଡ଼ିଶାର ୧୦ଟି ଜିଲାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ)ର ଶାଖା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରୁ ବଲାଙ୍ଗୀର ସଦର ମହକୁମାଠାରେ ମୋତିଲାଲ ଓସ୍ୱାଲ କିସ ଆବାସିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଚଳିତ ଶିକ୍ଷାବର୍ଷଠାରୁ ଏଠାରେ ବଲାଙ୍ଗୀର ଜିଲାର ଗରିବ ଓ ଅବହେଳିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଥିବା ବେଳେ ଫେବୃଆରୀ ୧୫ତାରିଖରେ ଏହାର ଶୁଭ ଉଦଘାଟନ କରିବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି କାର୍ଯ୍ୟକ୍ରମରେ ମୋତିଲାଲ ଓସ୍ୱାଲ ଫାଇନାନସିଆଲ ସର୍ଭିସେସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ମୋତିଲାଲ ଓସ୍ୱାଲ, ଗ୍ରୁପ ଚେୟାରମ୍ୟାନ ରାମଦେଓ ଅଗ୍ରୱାଲ, ମୋତିଲାଲ ଓସ୍ୱାଲ ଫାଉଣ୍ଡେସନର ଚେୟାରପର୍ସନ ସୁନୀତା ଅଗ୍ରୱାଲ, ବିମଳା ଓସ୍ୱାଲ ଏବଂ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
କିସର ଛାତ୍ରଛାତ୍ରୀ ସବୁ କ୍ଷେତ୍ରରେ ଆଗୁଆ। କିସର ଛାତ୍ରଛାତ୍ରୀ ଶିକ୍ଷା, କ୍ରୀଡ଼ା, ସଂସ୍କୃତି ଆଦି ସମସ୍ତ କ୍ଷେତ୍ରରେ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତିକସ୍ତରରେ ସେମାନେ ସୁନାମ ଅର୍ଜନ କରିଆସୁଛନ୍ତି। ଏହି ପ୍ରୟାସକୁ ସାକାର କରିବା ସହ ଏହାକୁ ଆହୁରି ଆଗକୁ ନେବା ପାଇଁ ବିଭିନ୍ନ ଜନଜାତି ସଙ୍ଗଠନ, ବୁଦ୍ଧିଜୀବୀ ମହଲରେ ଅନେକବାର ଦାବି ଓ ଅନୁରୋଧ ହୋଇ ଆସୁଥିଲା। ଏବେ କିସର ବଲାଙ୍ଗୀର ଶାଖା ଖୋଲିବାକୁ ଯାଉଛି। ଏହାର ସୁବିଧା ବଲାଙ୍ଗୀର ଜିଲାର ଜନଜାତି ଛାତ୍ରଛାତ୍ରୀମାନେ ନେବେ। ଏହା ବ୍ୟତୀତ ମୋତିଲାଲ ଓସ୍ୱାଲ କିସ ଆବାସିକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରସ୍ଥିତ କିସ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିବେ। ବଲାଙ୍ଗୀର ଜିଲାର ଗରିବ ଓ ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ମୋତିଲାଲ ଓସ୍ୱାଲ କିସ ଏକ ମାଇଲ ଖୁଣ୍ଟ ହୋଇ ଛିଡ଼ାହେବ।

Khansweb Solution Bhubaneswar

Leave A Reply

Your email address will not be published.