banner
Breaking

ଏଏମଡି ସଚେତନତା ମାସ: ବୟସ୍କ ଲୋକଙ୍କ ରେଟିନା ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ୫ ଟି ମନେ ରଖିବା କଥା

0

ଭୁବନେଶ୍ବର : ଏଏମଡି ରୋଗର ବିଶେଷତା ହେଲା ମେକ୍ୟୁଲରରେ (ଟିସ୍ୟୁ) ନଷ୍ଟ ହେବା ଦ୍ୱାରା ସୃଷ୍ଟି ହୋଇଥିବା ଅସ୍ପଷ୍ଟ କିମ୍ବା ଧୂଆଁଳିୟା କେନ୍ଦ୍ରୀୟ ଦୃଷ୍ଟିଶକ୍ତି । ଏକ ବ୍ୟାପକ ଚକ୍ଷୁ ପରୀକ୍ଷା ମାଧ୍ୟମରେ ଆପଣଙ୍କର ଚକ୍ଷୁ ଡାକ୍ତର ଚିହ୍ନି ପାରିବେ ଏବଂ ଏହାର ପ୍ରଗତିକୁ ମନ୍ଥର କରିବା ପାଇଁ ଚିକିତ୍ସାର ଆଶ୍ରୟ ନେବା ଏବଂ ଏକ ସୁସ୍ଥ ଜୀବନ ଶୈଳୀ ବଜାୟ ରଖରବା ଜରୁରୀ ଅଟେ ।
କିମ୍‌ସ ଭୁବନେଶ୍ୱରର ରେଟିନା ବିଭାବର ମୁଖ୍ୟ ଡକ୍ଟର ମନ୍ଥନ ଦାସ କହିଥିଲେ, “ବୟସ ସମ୍ବନ୍ଧୀୟ ମେକ୍ୟୁଲର ଡି ଜେନରେସନ’ ପରି ବୟସ ସମ୍ବନ୍ଧୀୟ ରେଟିନୀୟ ରୋଗର ଭାର ବଢିଚାଲିଛି ତେଣୁ ସମୟ ଥାଉ ଥାଉ ନିଦାନ ଏବଂ ଶୀଘ୍ର ଚିହ୍ନଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ମୋର ଚିକିସାô କରିବା ସମୟରେ ସାହାଯ୍ୟ ଲୋଡୁଥିବା ୧୦% -୧୫% ରୋଗୀଙ୍କ ରେଟିନା ପୂର୍ବରୁ କ୍ଷତିଗ୍ରସ୍ତ ହୋଇସାରିଥିବା ମୁଁ ଦେଖିଛି । ଅତି ପ୍ରାରମ୍ଭିକ ଅବସ୍ଥାରେ ଆଖି ରୋଗର ସଂକେତ ଏବଂ ଲକ୍ଷଣ ଚିହ୍ନଟ କରିବା କରିବା ଏବଂ ଶୀଘ୍ର ହିଁ ଶୀଘ୍ର ବୃତିଗତ ସହାୟତା ଲୋଡିବା ଗୁରୁତ୍ୱପୂର୍ଣ୍ଣ ଅଟେ । ନିୟମିତ ଭାବରେ କୌଣସି ଅପ୍ଟୋମେଟ୍ରିଷ୍ଟ କିମ୍ବା ଚକ୍ଷୁ ରୋଗ ବିଶେଷଜ୍ଞଙ୍କ (ଅଫଥମୋଲଜିଷ୍ଟ) ପାଖକୁ ଯାଇ ପ୍ରାଥମିକ ଅବସ୍ଥାରେ ଅନ୍ତର୍ନିହିତ ଅବସ୍ଥା ଚିହ୍ନଟ କରି ରେଟିନୀୟ କ୍ଷତି, ଦୃଷ୍ଟି ଶକ୍ତି ହ୍ରାସ ଏବଂ ଅନ୍ଧତାକୁ ରୋକା ଯାଇପାରିବ । ମଧୁମେହକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ଏବଂ ମଧୁମେହ ସମ୍ବନ୍ଧୀୟ ଚକ୍ଷୁ ରୋଗକୁ ରୋକିବା ପାଇଁ ରୋଗୀମାନଙ୍କ ପାଇଁ ଏକ ସୁସ୍ଥ ଜୀବନ ଶୈଳୀ ବଜାୟ ଜରୁରୀ ଅଟେ ।”
ଆଖି ରୋଗ ଏବଂ ଦୃଷ୍ଟି ସମ୍ବନ୍ଧୀୟ ସମସ୍ୟା ଯେ କୌଣସି ବୟସରଙ୍କ ହୋଇପାରେ । ତଥାପି,ସଚେତନତା ଅଭାବରୁ ବୟସ୍କ ମାନଙ୍କ ମଧ୍ୟରେଏଭଳି ଘଟଣା ଅଧିକ ହୋଇଥାଏ । ନିର୍ଦ୍ଦିଷ୍ଟ ଭାବରେ ଏଏମଡି (ବୟସ ସମ୍ବନ୍ଧିତ ମେକ୍ୟୁଲର ଡି ଜେନରେସନ) ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରେ କମ ଦୃଷ୍ଟିର ମୁଖ୍ୟ କାରଣ ଅଟେ ।
ବୟସ୍କ ଲୋକଙ୍କୁ ଉତମ ଦୃଷ୍ଟି ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିପାରିବା ପାଇଁ ୫ ଟି ସରଳ ମନେ ରଖିବାର କଥା ଏଠାରେ ଦିଆଯାଇଛି:
ସୁସ୍ଥ ଖାଦ୍ୟ ଖାଆନ୍ତୁ: ରେଟିନୀୟ ସ୍ୱାସ୍ଥ୍ୟ ରକ୍ଷା କରିବାରେ ଆହାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସବୁଜ ପତ୍ରଯୁକ୍ତ ପନିପରିବା ଏବଂ ଫଳରେ ଭରପୂର ଆହାର ଖାଇବା ଦ୍ୱାରା ଚକ୍ଷୁ-ସ୍ୱାସ୍ଥ୍ୟ ଭଲ ରହିଥାଏ । ଅଖରୋଟ, ଅଳସୀ ମଞ୍ଜି, କଡ, ସାଲମ ଭଳି ମାଛ ଇତ୍ୟାଦି ଓମେଗା-୩ ଫେଟି ଅମ୍ଲ’ର ଉତ୍କୃଷ୍ଟଉତ୍ସ ଯାହାରେଟିନୀୟ ସ୍ୱାସ୍ଥ୍ୟକୁରକ୍ଷାକରିପାରେ ।
ନିୟମିତ ଡାକ୍ତରୀ ଚକ୍ଷୁ : ଭଲ ଚକ୍ଷୁ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ସର୍ବୋତମ କାର୍ଯ୍ୟ ହେଲା ନିୟମିତ ଚକ୍ଷୁ ନିଘ୍ରାଣି କରିବା । ଆପଣଙ୍କର ଚକ୍ଷୁ ରୋଗର ବିଶେଷଜ୍ଞଙ୍କୁ ନିୟମିତ ଦେଖା କରିବା ଆପଣଙ୍କ ଆଖିକୁ ଏବଂ ଆପଣ କୌଣସି ବଢୁଥିବା ନିର୍ଦ୍ଦିଷ୍ଟ ଚକ୍ଷୁ ରୋଗସଙ୍କଟରେ ଥିଲେ ନିଘ୍ରାଣି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କୌଣସି ସମସ୍ୟା ଶୀଘ୍ର ଚିହ୍ନଟ କରିବା କେବଳ ଆପଣଙ୍କ ଦୃଷ୍ଟିକୁରକ୍ଷା କରିନଥାଏ ବରଂ ଦୃଷ୍ଟି ଶକ୍ତି ହ୍ରାସକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ନିର୍ଦ୍ଧାରିତ ଚିକିତ୍ସାର ଆଶ୍ରୟ ନିଅନ୍ତୁ:ଔଷଧ ଏବଂ ଲେଜରଥେରପି ଦ୍ୱାରାଇଗଊକୁ ପ୍ରଭାବଶାଳୀଭାବରେ ଚିକିତ୍ସା କରାଯାଇପାରିବ ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ରୋଗୀମାନେ ନିମ୍ନ ଦୃଷ୍ଟି ଶକ୍ତି ସହାୟକ ବ୍ୟବହାରକରିପାରିବେ । ପ୍ରଭାବଶାଳୀ ଥେରପି ଫଳାଫଳର ଚାବି ହେଲା ନିର୍ଦ୍ଧାରିତ ଅନୁସୂଚି ସହିତ ଯୋଡି ହୋଇ ରହିବା!

Khansweb Solution Bhubaneswar

Leave A Reply

Your email address will not be published.