banner
Breaking

ଡ଼ ଅଚ୍ୟୁତ ସାମନ୍ତଙ୍କୁ ନାଗରିକ ସମ୍ବର୍ଦ୍ଧନା ସମ୍ମାନ

0

ଭୁବନେଶ୍ୱର : କିସ୍‌ ବିଶ୍ୱବିଦ୍ୟାଳୟକୁ ନିକଟରେ ବିଶ୍ୱର ସର୍ବଶ୍ରେଷ୍ଠ ୟୁନେସ୍କୋ ସାକ୍ଷରତା ପୁରସ୍କାର ମିଳିଛି। ଏ ନେଇ କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଶା ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ‘ନାଗରିକ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ କହିଛନ୍ତି, ସମସ୍ତେ ଆକାଶ ଛୁଇଁ ପାରୁଛନ୍ତି। ଆକାଶ ଛୁଇଁବା ସହଜ ହୋଇପାରେ। କିନ୍ତୁ ଅବକାଶ ଛୁଇଁବା ଏତେ ସହଜ ନୁହେଁ। ଡ. ସାମନ୍ତ ଅବକାଶ ଛୁଅନ୍ତୁ ବୋଲି ସେ ମତ ପ୍ରକାଶ କରିଥିଲେ। ଡ. ସାମନ୍ତ କହିଛନ୍ତି, କିସ୍‌ କୁ ଯେଉଁ ସମ୍ମାନ ମିଳିଛି ତାହା ଓଡ଼ିଶା ତଥା ଭାରତର ସମ୍ମାନ। ଓଡ଼ିଶାବାସୀ ଓ ଜନଜାତି ଭଉଣୀଭାଇଙ୍କ ସ୍ନେହ, ଶ୍ରଦ୍ଧାର ଆଶୀର୍ବାଦ ଯୋଗୁ ଏହା ମିଳିପାରିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଉପସ୍ଥିତ ଥିଲେ। ଫୋରମର ସଭାପତି ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସ୍ବାଗତ ଭାଷଣ ଓ ସମ୍ପାଦକ ତଥା ସିନେ ସମୀକ୍ଷକ ଦିଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ। ଶିକ୍ଷାବିତ୍‌ ଡ. ସ୍ନେହ ମିଶ୍ର ସଂଯୋଜନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.