banner
Breaking

କିଟ୍ ଓ କିସରେ ସର୍ବଭାରତୀୟ ଚେସ ଉଦଯାପିତ

0

ଭୁବନେଶ୍ୱର : କିଟ୍‌ ଓ କିସ୍‌ରେ ସର୍ବଭାରତୀୟ ସିଭିଲ ସର୍ଭିସେସ୍‌ ଚେସ୍‌ ଉଦ୍‌ଯାପିତ ହୋଇଛି। ପୁରୁଷ ବର୍ଗରେ ଆରଏସ୍‌ବି ଚେନ୍ନାଇ ଓ ମହିଳା ବର୍ଗରେ କେରଳ ଦଳଗତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ପୁରୁଷ ବର୍ଗରେ ଆରଏସ୍‌ବି ମୁମ୍ବାଇ ଦ୍ୱିତୀୟ ସ୍ଥାନ ଓ ସିସିଏସ୍‌ସିଏସ୍‌ବି ଦିଲ୍ଳୀ ତୃତୀୟ ସ୍ଥାନରେ ରହିଥିଲା।

ମହିଳା ବର୍ଗରେ ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ବ୍ୟକ୍ତିଗତ ବିଭାଗରେ ଆରଏସ୍‌ବି ଭୁବନେଶ୍ୱରର ଉତ୍କଳ ରଞ୍ଜନ ସାହୁ ୯ ରାଉଣ୍ଡରୁ ୭.୫ ପଏଣ୍ଟ ସହିତ ଚାମ୍ପିୟନ ହୋଇଥିଲେ। ଆରଏସ୍‌ବି ଜୟପୁରର ଶେର ସିଂ ଓ ଆରଏସ୍‌ବି ଭୁବନେଶ୍ୱରର ସୌମ୍ୟରଞ୍ଜନ ମିଶ୍ର ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ୩୪ ମହିଳା ଦଳ ଓ ୧୫ ପୁରୁଷ ଦଳ ଭାଗ ନେଇଥିଲେ ସମୁଦାୟ ୧୮୦ ଜଣ ପୁରୁଷ ଓ ୮୨ ଜଣ ମହିଳା ଖେଳାଳି ଏଥିରେ ଭାଗ ନେଇଥିଲେ।

ଗ୍ରାଣ୍ଡ ମାଷ୍ଟର ଦିବ୍ୟେନ୍ଦୁ ବରୁଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୁଭ୍ରାସୁଂ ମିଶ୍ର, କୌଳାଶ ଚନ୍ଦ୍ର ଦାସ, କନ୍‌ଭେନର ଅତୁଲ ମିଶ୍ର, ଆୟୋଜକ ସଚିବ ରଞ୍ଜନ ମହାନ୍ତି ଓ ଆୟୋଜକ କମିଟିର ଶ୍ୱେତାମ୍ବର ନାୟକ ଯୋଗ ଦେଇଥିଲେ। କିଟ୍‌ ଓ କିସ୍‌ର କ୍ରୀଡା ବ୍ୟବସ୍ଥାକୁ ବରୁଆ ଭୂୟସୀ ପ୍ରଶଂସା କରିଥିବା ବେଳେ ବିଶ୍ୱନାଥନ ଆନନ୍ଦଙ୍କ ନାମରେ ଚେସ୍‌ ହଲ୍‌ ନାମିତ କରାଯାଇଥିବାରୁ ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.