banner
Breaking

କିଟ୍ ରେ ହେବ ବାୟୋ-ଟେକ୍ନୋଲଜି ଉତ୍କର୍ଷ କେନ୍ଦ୍ର

0

ଭୁବନେଶ୍ୱର -‘କିଟ୍‌’ର ସ୍କୁଲ ଅଫ୍‌ ବାୟୋ-ଟେକ୍ନୋଲୋଜିକୁ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍‌ ଏକ୍ସିଲେନ୍ସ)ରେ ପରିଣତ କରାଯିବ। ଏଥିପାଇଁ ସରକାରଙ୍କ ବିଜ୍ଞାନ ଓ କାରିଗରି ବିଭାଗ ୨ କୋଟି ଟଙ୍କା ଯୋଗାଇଦେବ। ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସହିତ ଇନ୍‌କ୍ୟୁବେଶନ ସେଣ୍ଟରର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ସେଣ୍ଟର ଅଫ୍‌ ଏକ୍ସିଲେନ୍ସରେ ଗବେଷଣା ଓ ବିକାଶ ସୁବିଧା ସାଙ୍ଗକୁ ଭିତ୍ତିଭୂମି ବିକାଶ ଓ କାରିଗରି ସମୁନ୍ନତି ଉପରେ ପ୍ରାଧାନ୍ୟ ଦିଆଯିବ।  ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ପୂର୍ବରୁ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌)କୁ ଷ୍ଟାର୍ଟଅପ୍‌ ବିକାଶ, ତାଲିମ ଏବଂ ଇନ୍‌କ୍ୟୁବେଶନ ସେଣ୍ଟର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ବାୟୋ-ଟେକ୍‌ନୋଲୋଜି ଗବେଷଣା ଓ ତା’ର ବ୍ୟାପକ ଉପଯୋଗିତା ଉପରେ ସରକାର ପ୍ରାଥମିକତା ଦେଇଛନ୍ତି ବୋଲି ଦର୍ଶାଇ ମନ୍ତ୍ରୀ କହିଛନ୍ତି, ଅନ୍ଧାରୁଆଠାରେ ଭାରତ ବାୟୋଟେକ୍‌କୁ ସରକାର ଜାଗା ଯୋଗାଇ ଦେଇଛନ୍ତି। ଏବେ ସେଠାରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷହେବାକୁ ଯାଉଛି ଏବଂ ଶୀଘ୍ର ସେଠାରେ ଟିକା ଉତ୍ପାଦନ ହେବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.