banner
Breaking

ଅଚ୍ୟୁତ ସାମନ୍ତଙ୍କ ମାନିଲା ଗସ୍ତ, ଏଫ୍‍ଆଇଭିବିର ସାଧାରଣ ପରିଷଦ ବୈଠକରେ ଯୋଗଦାନ, ଭାରତରେ ଭଲିବଲ୍‍ର ବିକାଶ ନେଇ ଆଲୋଚନା

0

ଫେଡ଼େରେସନ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଭଲିବଲ୍‍ (ଏଫ୍‍ଆଇଭିବି)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଫିଲିପାଇନ୍‍ସର ମାନିଲାଠାରେ ଗୁରୁବାର ଆରମ୍ଭ ହୋଇଛି । ଏଫ୍‍ଆଇଭିବିର ଆମନ୍ତ୍ରଣ କ୍ରମେ ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ)ର ସଭାପତି ଅଚ୍ୟୁତ ସାମନ୍ତ ଏହି ବୈଠକରେ ଯୋଗ ଦେଇଛନ୍ତି । ପ୍ରଥମ ଥର ଲାଗି ଭାରତୀୟ ଭଲିବଲ୍‍ ସଂଘର ସଭାପତି ଭାବେ ଶ୍ରୀ ସାମନ୍ତ ଏଥିରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଏଫ୍‍ଆଇଭିବିର ବାର୍ଷିକ ସାଧାରଣ ପରିଷଦ ବୈଠକ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୨୨୨ଟି ଦେଶର ଭଲିବଲ୍‍ ସଂଘ ସଭାପତି ଯୋଗ ଦେଇଛନ୍ତି । ଏହି ବୈଠକରେ ଯୋଗଦେବା ଅବସରରେ ଶ୍ରୀ ସାମନ୍ତ ଏଫ୍‍ଆଇଭିବିର ସଭାପତି ଆରି ଗ୍ରାକା ଓ ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କ ସହ ବ୍ୟକ୍ତିଗତ ଭାବେ ଭେଟିଥିଲେ । ଏହି ସାକ୍ଷାତ ସମୟରେ ଶ୍ରୀ ସାମନ୍ତ ଭାରତରେ ଭଲିବଲକୁ ଲୋକପ୍ରିୟ କରାଇବା ସହ ଏହାର ବିକାଶ ଓ ପ୍ରସାର ନେଇ ଆରି ଗ୍ରାକା ଓ ଫାବିଓଙ୍କ ସହ ଆଲୋଚନା କରିଥିଲେ । ଭାରତରେ ଭିଲବଲ୍‍ର ବିକାଶ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଆର ଗ୍ରାକା ଓ ଫାବିଓ ଶ୍ରୀ ସାମନ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ ଏହି ବୈଠକରେ ଯୋଗ ଦେଇଥିôବା ଭଲିବଲ ସଂଘର ସଭାପତିଙ୍କ ସହ ମଧ୍ୟ ଶ୍ରୀ ସାମନ୍ତ ସାକ୍ଷାତ ଆଲୋଚନା କରିଥିଲେ । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଶ୍ରୀ ସାମନ୍ତ ଏହି ବୈଠକରେ ଗୋଟିଏ ଦିନ ଯୋଗ ଦେବେ ବୋଲି ଜଣାପଡ଼ିଛି । ଶ୍ରୀ ସାମନ୍ତଙ୍କ ସହ ଭାରତୀୟ ଭଲିବଲ୍‍ ସଂଘର ସହ-ସମ୍ପାଦକ ତଥା ଓଡ଼ିଶା ଭଲିବଲ୍‍ ଆସୋସିଏସନ୍‍ର ସମ୍ପାଦକ ଡ. ଗଗନେନ୍ଦୁ ଦାଶ ମଧ୍ୟ ମାନିଲା ଗସ୍ତରେ ଅଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.