banner
Breaking

କରୋନା ମହାମାରୀ ସତ୍ଵେ କିଟ୍ ଦେଲା ଭଲ ପ୍ଲେସମେଣ୍ଟ

0

ଭୁବନେଶ୍ୱର: କରୋନା ମହାମାରୀ ଭଳି କଠିନ ସମୟରେ ଚଳିତ ବର୍ଷ କିଟ୍‌ ଛାତ୍ରଛାତ୍ରୀ ରେକର୍ଡ ସଂଖ୍ୟାରେ ନିଯୁକ୍ତି (ପ୍ଲେସମେଣ୍ଟ) ପାଇପାରିଛନ୍ତି। କିଟ୍‌ର ୨୦୨୨ ରେ ପାସ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ମାସରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୨୧ ଡିସେମ୍ବର ସୁଦ୍ଧା ୫୦ଟି ନୂଆ କମ୍ପାନୀ ସହ ୨୭୦ଟି କମ୍ପାନୀ କିଟ୍‌କୁ କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ୍‌ ପାଇଁ ଆସିଥିଲେ। ୪୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇ ସାରିଥିବାବେଳେ ସେମାନଙ୍କ ମଧ୍ୟରୁ ୧୨୦୦ ଛାତ୍ରଛାତ୍ରୀ ଏକାଧିକ ଏବଂ ୩ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ନିଯୁକ୍ତି ସୁଯୋଗ ପାଇବାରେ ସଫଳ ହୋଇଛନ୍ତି। ୧୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୮.୧୦ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ବିଭିନ୍ନ କମ୍ପାନୀ ନିଯୁକ୍ତି ସୁଯୋଗ ଦେଇଛନ୍ତି। ସେହିପରି ୩୫ରୁ ଅଧିକ ସଂସ୍ଥା କିଟ୍‌ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୧୦ଲକ୍ଷ ଟଙ୍କା ବା ଅଧିକ ପ୍ୟାକେଜ୍‌ରେ ନିଯୁକ୍ତି ସୁଯୋଗ ଦେଇଥିବାବେଳେ ୧୩୦ରୁ କମ୍ପାନୀ ବାର୍ଷିକ ହାରାହାରି ୫ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ସୁଯୋଗ ଦେଇଛନ୍ତି। ବାର୍ଷିକ ସର୍ବାଧିକ ୫୨ଲକ୍ଷ ଟଙ୍କା ପ୍ୟାକେଜ୍‌ରେ କିଟ୍‌ର ୫ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି। ଚଳିତ ବର୍ଷ ହାରାହାରି ବାର୍ଷିକ ପ୍ୟାକେଜ୍‌ ୬.୦୫ଲକ୍ଷ ଟଙ୍କା ରହିଥିବାବେଳେ ଏହା ଗତବର୍ଷ ତୁଳନାରେ ୩୦ପ୍ରତିଶତ ଅଧିକ ବୋଲି କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ ସୂଚନା ଦେଇଛନ୍ତି।
ବହୁରାଷ୍ଟ୍ରୀୟ କମ୍ପାନୀ ହାଇରେଡିଅସ୍‌ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଉଚ୍ଚମାନର ତାଲିମ୍‌ କେନ୍ଦ୍ର ପ୍ରତିଷ୍ଠା କରି ପ୍ରତିବର୍ଷ ୨ ହଜାରରୁ ଅଧିକ ପିଲାଙ୍କୁ ମାସିକ ୧୫ ହଜାର ଟଙ୍କା ମେଧାବୃତ୍ତିରେ ବର୍ଷିକିଆ ତାଲିମ୍‌ ପ୍ରଦାନ କରିଆସୁଛି। ଏହାଛଡ଼ା ହାଇରେଡିଅସ୍‌ କମ୍ପାନୀ ମଧ୍ୟ ପ୍ରତିବର୍ଷ କିଟ୍‌ରୁ ୮ ଲକ୍ଷ ଟଙ୍କା ପ୍ୟାକେଜରେ ୮୦୦ରୁ ୧ହଜାର ପିଲାଙ୍କୁ ନିଯୁକ୍ତି ସୁଯୋଗ ଦେଇଥାଏ ବୋଲି ଉପକୁଳପତି ପ୍ରଫେସର ଶରଣଜିତ ସିଂହ ପ୍ରକାଶ କରିଛନ୍ତି।
କରୋନା ମହାମାରୀ ସତ୍ତ୍ୱେ ୨୦୨୦ରେ କିଟ୍‌ ବିଶ୍ୱବିଦ୍ୟାଳୟର ବିଟେକ୍‌, ଏମ୍‌ବିଏ, ବାୟୋଟେକରେ ଶତ ପ୍ରତିଶତ ପ୍ଲେସ୍‌ମେଣ୍ଟ ହୋଇଥିବା ବେଳେ ଆଇନ ପାଠ୍ୟକ୍ରମରେ ୫୦ ପ୍ରତିଶତରୁ ଅଧିକ ପ୍ଲେସ୍‌ମେଣ୍ଟ ହୋଇଥିଲା। ୨୦୨୧ରେ ମଧ୍ୟ କିଟ୍‌ ବିଶ୍ୱବିଦ୍ୟାଳୟରେ ରେକର୍ଡ ପ୍ଲେସ୍‌ମେଣ୍ଟ ହୋଇଥିଲା। ୨୦୨୨ ଉତ୍ତୀର୍ଣ୍ଣଙ୍କ ପାଇଁ ଗତବର୍ଷ ମେ ମାସରୁ କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.