banner
Breaking

କିଟ୍‍ ବିଶ୍ୱବିଦ୍ୟାଳୟରେ ପ୍ରଥମ ମହିଳା କୁଳପତି

0

ଭୁବନେଶ୍ୱର,୨୪ ।୧୨: କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ସସ୍ମିତାରାଣୀ ସାମନ୍ତ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ହୃଷୀକେଶ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଯିବା ପରେ କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପ୍ରଫେସର ସସ୍ମିତା ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ପ୍ରଫେସର ସାମନ୍ତ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବଠାରୁ ଆରମ୍ଭ କରି ଉପକୂଳପତି ପର୍ଯ୍ୟନ୍ତ ଦୀର୍ଘ ୨୬ ବର୍ଷ ଧରି କିଟ୍‍ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି । ଆଜି ପ୍ରଫେସର ମହାନ୍ତିଙ୍କଠାରୁ ପ୍ରଫେସର ସାମନ୍ତ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶିକ୍ଷାଦାନ ଓ ପ୍ରଶାସନ କ୍ଷେତ୍ରରେ ତାଙ୍କର ଦୀର୍ଘ୨୫ବର୍ଷର ଅଭିଜ୍ଞତା ରହିଛି । ପ୍ରଫେସର ସାମନ୍ତ ବ୍ରିଟେନର ରୟାଲ୍‍ ସୋସାଇଟି ଅଫ୍‍ ଆର୍ଟସ୍‍ (ଏଫଆରଏସ୍‍ଏ, ୟୁକେ) ଏବଂ କମ୍ପ୍ୟୁଟର ସୋସାଇଟି ଅଫ୍‍ ଇଣ୍ଡିଆ (ଏଫ୍‍ସିଏସ୍‍ଆଇ, ଇଣ୍ଡିଆର) ଫେଲୋ ରହିଆସିଛନ୍ତି । କୁଳପତି ଚୟନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ ପ୍ରତିଷ୍ଠିତ ଶିକ୍ଷାବିତ୍‍, ଜାତୀୟ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ୟୁଜିସି ପକ୍ଷରୁ ଜଣେ ସଦସ୍ୟଙ୍କୁ ନେଇ ଏକ ୩ ଜଣିଆ ଚୟନ କମିଟି ଗଠନ କରିଥିଲେ । ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରଫେସର ସାମନ୍ତଙ୍କ ସମେତ ଚୟନ କମିଟି ୧୩ଜଣଙ୍କ ସାକ୍ଷାତକାର ନେଇଥିଲେ । ଚୂଡ଼ାନ୍ତ ପର୍ଯ୍ୟାୟରେ ଚୟନ କମିଟି ୩ଜଣ ପ୍ରାର୍ଥୀଙ୍କ ନାମ କୁଳାଧିପତିଙ୍କ ନିକଟକୁ ପଠାଇଥିଲେ । ଶିକ୍ଷାଦାନ ଓ ପ୍ରଶାସନିକ ଅଭିଜ୍ଞତା ସମେତ ଅନ୍ୟାନ୍ୟ ଦିଗକୁ ବିଚାରକୁ ନେଇ କୁଳାଧିପତି ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ଦେଇଥିଲେ । ଆସନ୍ତା ୫ବର୍ଷ ପାଇଁ ପ୍ରଫେସର ସାମନ୍ତ ଏହି ପଦବୀରେ କାର୍ଯ୍ୟ କରିବେ । କିଟ୍‍ ବିଶ୍ୱବିଦ୍ୟାଳୟ ଆରମ୍ଭରୁ ଏହାର କୁଳପତି ଭାବେ ବହୁ ବିଶିଷ୍ଟ ଶିକ୍ଷାବିତ୍‍ ଓ ବୈଜ୍ଞାନିକ କାର୍ଯ୍ୟ କରିଛନ୍ତି । ଏଥିରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଫେସର ସସ୍ମିତା ସାମନ୍ତଙ୍କ ନେତୃତ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ଆଗକୁ ଆହୁରି ସଫଳତା ହାସଲ କରିବ ବୋଲି ଶ୍ରୀ ସାମନ୍ତା ଆଶା ବ୍ୟକ୍ତ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.