banner
Breaking

କିମ୍ସର ଉପ-କୁଳପତି ହେଲେ ଡ଼ ସିବିକେ ମହାନ୍ତି

0

ଭୁବନେଶ୍ୱର,୭।୧୧(ବ୍ୟୁରୋ): ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଓଡ଼ିଶା ମେଡିକାଲ୍‌ ଏଜୁକେଶନ ଆଣ୍ଡ୍‌ ଟ୍ରେନିଂର ପୂର୍ବତନ ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (କିମ୍ସ)ର ଉପକୁଳପତି ଭାବେ ଯୋଗଦେଇଛନ୍ତି। ଓଡ଼ିଶାର ଜଣେ ଜଣାଶୁଣା ଚିକିତ୍ସକ ଓ ପ୍ରଶାସକ ଭାବେ ଡା. ମହାନ୍ତିଙ୍କ ସୁନାମ ରହିଛି। ପୂର୍ବରୁ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜର ମେଡିସିନ୍‌ ବିଭାଗ ମୁଖ୍ୟ ଏବଂ ପରେ ଏସ୍‌ସିବିର ଅଧୀକ୍ଷକ ଦାୟିତ୍ୱ ତୁଲାଇଥିଲେ। କିମ୍ସର ଉପକୁଳପତି ଭାବେ ଯୋଗଦେବା ପରେ ଡା. ମହାନ୍ତି ଏହାର ଚିକିତ୍ସା ଓ ପ୍ରଶାସନିକ ଦାୟିତ୍ୱ ତଦାରଖ କରିବେ। ଏହା ସହିତ ସେ କିମ୍ସ ବହିର୍ବିଭାଗରେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ଦିନରେ ପରାମର୍ଶ ଦେବେ। କିମ୍ସରେ ଡା. ମହାନ୍ତିଙ୍କ ଯୋଗଦାନକୁ ନେଇ କିଟ୍‌ ଶିକ୍ଷାନୁଷ୍ଠାନ ସମୂହ ତଥା କିଟ୍‌ ଓ କିସ୍‌ ପରିବାରର ସମସ୍ତ ସଦସ୍ୟ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ସ୍ବାଗତ ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.