banner
Breaking

ଖୋର୍ଦ୍ଧାରେ ଫୁଟିଲା ଗୁଳି।

0

ଖୋର୍ଦ୍ଧା,୧୪/୬(ବ୍ୟୁରୋ) ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆର ଆଦିବାସୀ ସାହିରେ ଫୁଟିଛି ଗୁଳି। ଗୁଳିମାଡ଼ରେ ମାନ ପ୍ରଧାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ବ୍ରାଉନ ସୁଗାର ବ୍ୟବସାୟୀ ମାନ ପ୍ରଧାନକୁ ଆଜି ସକାଳୁ ସକାଳୁ ଗୁଳି କରି ହତ୍ୟା କରାଯାଇଛି । ସକାଳୁ ସକାଳୁ ସେ ଛିଡ଼ା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁର୍ବୃତ୍ତ ମାନେ ୪ ରୁ ୫ ରାଉଣ୍ଡ ଗୁଳି ମାନ ମୁଣ୍ଡକୁ ମାରିଥିଲେ । ଦୁର୍ବୃତ୍ତଙ୍କୁ ଧରିବାକୁ ଗଲା ବେଳକୁ ଖସି ପଳାଇଥିଲେ । ପୋଲିସ ତଦନ୍ତ ଜାରି ରହିଛି। ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ପଦାକୁ ଆସିବ। ସେପଟେ ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.