banner
Breaking

ବାଜପୁର ପଞ୍ଚାୟତରେ ପ୍ରଚାର ଜୋରଦାର

0

ଖୋର୍ଦ୍ଧା,୨/୧(ଓଡ଼ିଆ ନ୍ୟୁଜ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଜପୁର ପଞ୍ଚାୟତରେ ଜୋର ଧରିଛି ନିର୍ବାଚନ ପ୍ରଚାର। ଏହି ପଞ୍ଚାୟତରେ ସର୍ବମୋଟ ୩ ଜଣ ପ୍ରାର୍ଥୀ ପ୍ରତାର ମଇଦାନକୁ ଓହ୍ଲାଇ ଥିଲାବେଳେ କେଦାରେଶ୍ବର ପୃଷ୍ଟିଙ୍କ ପ୍ରଚାରରେ ଆଦିବାସୀ ଲୋକଙ୍କ ସହ ରାଇରଙ୍ଗ ଗ୍ରାମ ସମ୍ପୂର୍ଣ୍ଣ ଜଡ଼ିତ ଥିବା ଜଣାପଡିଛି। ଏହି ଗ୍ରାମରେ ୧୩୦୦ ଭୋଟର ରହିଛନ୍ତି। ସମସ୍ତ ଭୋଟର କେଦାରେଶ୍ବର ପୃଷ୍ଟିଙ୍କୁ ସମର୍ଥନ କରୁଥିବା ଜଣା ପଡୁଛି। କାରଣ ଉକ୍ତ ଗ୍ରାମର ଆବାଳ ବୃଦ୍ଧ ବନୀତା କେଦାରେଶ୍ବରଙ୍କ ସପକ୍ଷରେ ପ୍ରଚାର କରୁଥିବାର ଦେଖାଦେଇଛି। ଏନେଇ କେଦାରେଶ୍ବର ପୃଷ୍ଟି ତାଙ୍କ ମତାମତ ରଖି କହିଛନ୍ତି ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି ଅଞ୍ଚଳରେ ଆଦିବାସୀ ଲୋକମାନଙ୍କର କୌଣସି ଉନ୍ନତି ଘଟିନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଜନହିତକରୀ ଯୋଜନା ଏଠାରେ ଠପ୍ ମାରିଛି। ମୁଁ ନିର୍ବାଚିତ ହୋଇ ଆସିଲା ପରେ ମୋର ପ୍ରଥମ ଗୁରୁ ଦାୟିତ୍ୱ ରହିବ ଆଦିବାସୀ ମାନଙ୍କର ସମସ୍ୟାକୁ ପ୍ରଧାନ୍ୟ ଦେବା। ଏଥି ସହିତ ମୁଁ ସମସ୍ତଙ୍କ ସୁଖରେ ଦୁଖଃରେ ସାମିଲ ରହିବି ଏବଂ ବାଜପୁର ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବି ବୋଲି ଶ୍ରୀଯୁକ୍ତ ପୃଷ୍ଟି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.