banner
Breaking

ଖୋର୍ଦ୍ଧା ଉପଖଣ୍ଡରେ ଆଜି ପୁଣି ୭ ପଜିଟିଭ ଚିହ୍ନଟ।

0

ଖୋର୍ଦ୍ଧା ,୨୧।୬ : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ପୁଣି ୭କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲୁଗାଁ, ବୋଲଗଡ଼, ବାଲିପାଟଣା ଓ ଜଟଣୀ ବ୍ଲକରୁ ଏହି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାଲୁଗାଁରୁ ୪ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ, ସେ ତାମିଲନାଡୁ ଫେରନ୍ତା। ଅନ୍ୟ ଜଣେ ୪୦ବର୍ଷୀୟ ମହାରାଷ୍ଟ୍ର, ୨୨ବର୍ଷୀୟ ପୁରୁଷ କେରଳ ଏବଂ ଅନ୍ୟ ଜଣେ ବଉଳବନ୍ଧ ଫେରନ୍ତା। ବୋଲଗଡ ବ୍ଲକରୁ ଜଣେ ୨୯ବର୍ଷୀୟ ପୁରୁଷ ସେ ଉତ୍ତରପ୍ରଦେଶ ଫେରନ୍ତା, ବାଲିପାଟଣା ବ୍ଲକରୁ ଜଣେ ୨୭ ବର୍ଷୀୟା ମହିଳା ସେ ଦିଲ୍ଲୀ ଫେରନ୍ତା ଏବଂ ଅନ୍ୟ ଜଣେ ଜଟଣୀ ବ୍ଲକରୁ ୪୨ ବର୍ଷୀୟ ପୁରୁଷ ସେ ହାୱଡା ଫେରନ୍ତା ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସମସ୍ତ ଆକ୍ରାନ୍ତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କେନ୍ଦ୍ରରେ ରହୁଥିଲେ । ସମସ୍ତଙ୍କୁ ଭୁବନେଶ୍ବର ସ୍ଥିତ କୋଭିଡ-୧୯ ମେଡିକାଲକୁ ପଠାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.