banner
Breaking

ବାଳିକାରେ ପୁରୀ ବାଳକରେ ଜଟଣୀ ଚମ୍ପିୟାନ। ରାଜ୍ୟସ୍ତରୀୟ ଜୁନିୟର ଥ୍ରୋବଲ ପ୍ରତିଯୋଗିତା।

0

ଭୁବନେଶ୍ୱର,୨୨/୯(ଓଡ଼ିଆ ନ୍ୟୁଜ): ଖୋର୍ଦ୍ଧା କୁଦିଆରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ ଜୁନିୟର ଥ୍ରୋବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ଏଥିରେ ବାଳିକା ବିଭାଗରେ ପୁରୀ ଓ ବାଳକ ବିଭାଗରେ ଜଟଣୀ ଚମ୍ପିୟାନ ହୋଇଛନ୍ତି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଆକାଉଣ୍ଟସ ଅଧିକାରୀ ଗୋପାଳ ଚନ୍ଦ୍ର ବେସରା ସମ୍ମାନିତ ଅତିଥି ଭାବେ ସମାଜସେବୀ ଦେବାଶିଷ ପଟ୍ଟନାୟକ, ଜ୍ୟେତିରଞ୍ଜନ ଦାସ,ମାନସ ଥାଟୋଇ,ଭାଗିରଥି ବେସରା,,ରାଜ୍ୟ ସମ୍ପାଦକ ଜିତେନ୍ଦ୍ର ନାଥ ଦାସ,ପରିଚାଳନା କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ପାଣି, ସଚ୍ଚିକାନ୍ତ ପଟ୍ଟନାୟକ ଓ ଯଶୋବନ୍ତ ପରମଗୁରୁ ପ୍ରମୁଖ ଯୋଗଦେଇଥିଲେ। ଚମ୍ପିୟାନ ଦଳ ପୁରୀ ଓ ଜଟଣୀ ଏବଂ ରନର୍ସ ଅଫ ରୁପେ ବାଳକ ବିଭାଗରେ ରାଉରକେଲା ଓ ବାଳିକା ବିଭାଗରେ ପୁରୀକୁ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.