banner
Breaking

ଖୋର୍ଦ୍ଧାରେ ୫ ପଜିଟିଭ ଚିହ୍ନଟ।

0

ଖୋର୍ଦ୍ଧା ,୨୫।୫(ବ୍ୟୁରୋ ) : ଖୋର୍ଦ୍ଧା ଜିଲାରେ ସୋମବାର ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳର ଜଣେ ରହିଥିବା ବେଳେ ଶିଶୁପାଳଗଡ଼ର ଜଣେ ଓ ବିଏମ୍‌ସି ଅଞ୍ଚଳର ଜଣେ ରହିଛନ୍ତି। ସେହିପରି ଖୋର୍ଦ୍ଧା ବେଗୁନିଆ ବ୍ଲକ ହୀରାପୁର ପଞ୍ଚାୟତ ଗାଲଭାର ଗ୍ରାମର ୨ଜଣ ଆକ୍ରାନ୍ତ ଥିବା ଜଣାପଡିଛି ।
ଗାଲଭାର ଗ୍ରାମର ଆକ୍ରାନ୍ତ ଦ୍ୱୟ ବାପପୁଅ ବୋଲି ଜଣାପଡ଼ିଛି। ତେବେ ଉଭୟ କ୍ବାରାଣ୍ଟାଇନ ସେଣ୍ଟରରେ ଥିଲେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.