banner
Breaking

ଖୋର୍ଦ୍ଧାରେ ୭୧ ଆକ୍ରାନ୍ତ ୩ ମୃତ୍ୟୁ।

0

ଖୋର୍ଦ୍ଧା,୨୦/୫(ବ୍ୟୁରୋ) : ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ୭ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ। ସେ ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମର ୭୭ବର୍ଷର ବୃଦ୍ଧ। ଭୁବନେଶ୍ୱରରେ ଏମସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ ଘଟିଛି। ପୁର୍ବରୁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା।ଏହାକୁ ମିଶାଇ ମୃତ୍ୟୁ ସ°ଖ୍ୟା ୩ ରେ ପହଞ୍ଚିଛି।ଅନ୍ୟ ୬ ଆକ୍ରାନ୍ତଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକ ଲେଣ୍ଡୁ ପଞ୍ଚାୟତର ୩ ଓ ସରପାରୀ ଗ୍ରାମର ଜଣେ, ସେହିପରି ଖୋର୍ଦ୍ଧା ବ୍ଲକ ଓରବରସିଂହ ଗ୍ରାମର ଜଣେ ଗର୍ଭବତୀ ମହିଳା ଓ ଜଟଣୀ ଗଜପତିନଗରର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ ଓ ସେମାନଙ୍କୁ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.