banner
Breaking

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୬ତମ ସ୍ବାଧୀନତା ଦିବସ ବିଜେବି ହାଇସ୍କୁଲ ପଡିଆରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଯୁବ ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଜାତୀୟ ପତାକା ଉତ୍ତୋଳନ ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ବେହେରା କହିଛନ୍ତି ଯେ, ଓଡ଼ିଶା ସମୃଦ୍ଧି ପଥରେ ଆଗେଇ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ବହୁ ଜନହିତକର ଯୋଜନା ପ୍ରଗତି ଆଣିଛି। ମିଶନଶକ୍ତି ଜରିଆରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଉଛି। ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ ଚାଲିଛି। କୃଷି, ବାଣିଜ୍ୟ ପ୍ରଭୃତି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ସେ କହିଛନ୍ତି, ଖୋର୍ଦ୍ଧା ବୀରତ୍ୱର ମାଟି। ପାଇକ ବୀରଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ। ଏହି ଅବସରରେ ମନ୍ତ୍ରୀ ଦେଶ ମାତୃକାର ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ସହୀଦ ଯବାନଙ୍କୁ ମନେପକାଇଥିଲେ। ଏଥିସହ ସ୍ବାସ୍ଥ୍ୟ କର୍ମଚାରୀ, ଆଶା, ଅଙ୍ଗନଓ୍ବାଡି କର୍ମୀ, ସଫେଇ କର୍ମଚାରୀ, ଅଗ୍ନିଶମ କର୍ମଚାରୀ ଭଳି ପ୍ରମୁଖ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.