ଭୁବନେଶ୍ବର(ଓଡ଼ିଆ ନ୍ୟୁଜ):-ଇତିହାସକୁ ମନ ପକାଇଲେ ସରକାର ପୂର୍ବରୁ ଓଡ଼ିଶାରେ ନିର୍ମିତ ଭବନ ଗୁଡିକୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନାମରେ ରହିଥିବା ବେଳେ ଓଡିଶାକୁ ବାହ୍ୟ ଶତ୍ରୁ କବଳରୁ ରକ୍ଷାକରି ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଶାସନ କରିଥିବା ବୀରପୁତ୍ର ରାଜଧିରାଜ ମହାମେଘବାହନ ଐର ଖାରବେଳ ଏବଂ କପିଳେନ୍ଦ୍ର ଦେବଙ୍କ ଶାସନ କୃତିତ୍ବ ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟୟ ହୋଇରହିଛି। ଖାରବେଳଙ୍କ ନାମରେ ସଚିବ ଭବନ ନାମିତ ହୋଇଥିବାରୁ ଇତିହାସବିତ୍ ଓ ଓଡ଼ିଆ ଜାତିପ୍ରାଣ ପ୍ରଶଂସା କରିବା ସହିତ କପିଳେନ୍ଦ୍ର ଭବନ କେବେ ହେବବୋଲି ପ୍ରଶ୍ନ ଉଠାଇଛନ୍ତି।
ପବିତ୍ର ସ୍ୱାଧୀନତା ଦିବସର ଏକ ଶୁଭ ମୁହୂର୍ତ୍ତରେ ପାଞ୍ଚ ନମ୍ବର ୟୁନିଟ ସ୍ଥିତ ପାୱାର ହାଉସ ଛକରେ ସୁରମ୍ୟ ଅଟ୍ଟାଳିକା ଖାରବେଳ ଭବନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।ଏହି ଅଟ୍ଟାଳିକାରେ ସରକାରୀ ବିଭାଗର ପ୍ରାୟ ୧୧ ଟି କାର୍ଯ୍ୟାଳୟ ରହିବ ବୋଲି ଜଣାପଡିଛି।ଏହି ବିଭାଗ ଗୁଡିକ ମଧ୍ୟରେ ,ଶିଳ୍ପ,ଏମ ଏସ ଏମ ଇ,ଶକ୍ତି,ଶ୍ରମ,ବାଣିଜ୍ୟ ଓ ପରିବହନ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ବିଜ୍ଞାନ ଓ କାରିଗରୀ କୌଶଳ,ଜଙ୍ଗଲ ଓ ପରିବେଶ,ଇଲେକ୍ଟ୍ରୋନିକ୍ସ ଓ ଆଇ ଟି,ନଗର ଉନ୍ନୟନ,ହସ୍ତତନ୍ତ ଅ ବୟନ ଶିଳ୍ପ,ଇତ୍ୟାଦି।ଅଷ୍ଟମ ମହଲାରେ ସମ୍ମିଳନୀ କକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ବିଶ୍ରାମ କକ୍ଷ ରହିବ।୮.୦୩ ଏକର ପରିମିତ ଜାଗା ଉପରେ ନିର୍ମିତ ଏହି ଅଟ୍ଟାଳିକାରେ ୧୨୮କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରକାଶ।




