banner
Breaking

ଖଣ୍ଡଗିରିରେ ୩୦ ରୁ ନାଚିବ ୫ଟି ଯାତ୍ରା ପାର୍ଟି

0

ଭୁବନେଶ୍ୱର : ଆସନ୍ତା ମାଘସପ୍ତମୀରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ। ଏହି ଉପଲକ୍ଷେ ଯାତ୍ରାକୁ ଅନୁମତି ମିଳିଛି।୩୦ ତାରିଖରୁ ୫ଟି ପେଣ୍ଡାଲରେ ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ।କରୋନା ଗାଇଡ୍‌ଲାଇନ୍‌ ଅନୁଯାୟୀ, ପ୍ରସିଦ୍ଧ ଖଣ୍ଡଗିରି ମେଳା ଚାଲିବ ବୋଲି ଶନିବାର ବିଏମ୍‌ସି ପକ୍ଷରୁ ଅନୁମତି ମିଳିଛି। ପୂରା କରୋନା ନିୟମ ମାନି ଯାତ୍ରା ଚାଲିବ। ଯାତ୍ରା ପେଣ୍ଡାଲ ପ୍ରବେଶ ପଥରେ ଆୟୋଜକ ସାନିଟାଇଜର ରଖିବେ। ଯାତ୍ରା କମିଟି ସଦସ୍ୟ ଏବଂ ସ୍ବେଚ୍ଛାସେବୀମାନେ ସମ୍ପୂର୍ଣ୍ଣ କରୋନା ଟିକା ନେଇଥିବା ଜରୁରୀ। ନିୟମ ଅନୁଯାୟୀ, ଦର୍ଶକଙ୍କ ସିଟ୍‌ ବ୍ୟବସ୍ଥା ରହିବ। ଏଥିସହିତ ଅଗ୍ନି ନିର୍ବାପକ ଡଷ୍ଟବିନ୍‌ ଆଦି ରଖାଯିବା ବାଧ୍ୟତାମୂଳକ ବୋଲି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.