banner
Breaking

କରଳରେ ବିମାନ ଦୁର୍ଘଟଣା ୧୪ ମୃତ ୧୨୩ ଆହତ।

0

କେରଳ,୭/୮(ବ୍ୟୁରୋ): କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ୧୨୩ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଦୁବାଇରୁ ଆସୁଥିବା ଆଇଏକ୍ସ-୧୩୪୪ ବିମାନଟି କୋଝିକୋଡ଼ ବିମାନବନ୍ଦରରେ ଓହ୍ଲାଇବା ବେଳେ ରନୱେରୁ ତଳକୁ ଖସି ପଡ଼ିଥିଲା । ପ୍ରବଳ ବର୍ଷା ହେଉଥିବାରୁ ବିମାନଟି ରନୱେରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଥିବା କୁହାଯାଉଛି । କୋଝିକୋଡ଼ ବିମାନବନ୍ଦରଟି ’ଟେବୁଲ୍ ଟପ୍‘ ଭାବରେ ଗଣାଯାଏ । ଅର୍ଥାତ୍ ରନୱେ ଶେଷ ଭାଗ ସମତଳ ଭୂମି ନ ହୋଇ ଖାତ  ରହିଥିବାରୁ ଏହାକୁ ଟେବୁଲ ଟପ୍ ବୋଲି କୁହାଯାଏ । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ବିମାନ ଅବତରଣ ସମୟରେ କୌଣସି ନିଆଁ ଲାଗିନାହିଁ । କେବଳ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଯାତ୍ରୀମାନେ ହତାହତ ହୋଇଛନ୍ତି । ଏୟାର ଇଣ୍ଡିଆ ଏକ୍ସପ୍ରେସର ଏହି ବିମାନ ଦୁବାଇରୁ ଆସିଥିଲା ଏବଂ ଏଥିରେ ୧୭୪ ଯାତ୍ରୀ, ୧୦ ନବଜାତ ଶିଶୁ, ୨ ପାଇଲଟ୍ ଓ ୫ ଜଣ କ୍ୟାବିନ୍ କ୍ରୁ ଥିଲେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବିମାନ ଦୁର୍ଘଟଣା ନେଇ ରାଷ୍ଟ୍ରପତି ରାମନାଥ କୋବିଦ ଦୁଃଖ ପ୍ରକାଶ କରିଛନ୍ତି । ସେ ଏ ସମ୍ପର୍କରେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁଙ୍କ ସହ ଆଲୋଚନା କରିବା ସହ ଘଟଣାର ଅନୁଧ୍ୟାନ ନିମନ୍ତେ ନିର୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ ମୃତକଙ୍କ ନିମନ୍ତେ ରାଷ୍ଟ୍ରପତି ଶୋକପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।ବିମାନ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରମୁଖ ଗଭୀର ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏହି ନେତାମାନେ ଆହତମାନଙ୍କର ଆଶୁ ଆରୋଗ୍ୟକାମନା କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.