banner
Breaking

ବସ୍ ଧକ୍କାରେ ଜଣେ ମୃତ। ଲୋକେ ଜାଳିଦେଲେ ବସ।

0

କେନ୍ଦ୍ରାପଡ଼ା,୨/୯(ଓଡ଼ିଆ ନ୍ୟୁଜ):କେନ୍ଦ୍ରାପଡ଼ା ଜିଲା ୫ ନମ୍ବର ଜାତୀୟ ରାଜପଥ (କ) ହଳଦିଆପଡ଼ା ରାଧାଭାଟି ନିକଟରେ ବୁଧବାର ସକାଳେ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହଳଦିଆପଡ଼ା ଗ୍ରାମର ଜଣେ ୨୪ ରୁ ୨୮ ବର୍ଷିୟ ଯୁବକ ବିକାଶ ନାୟକ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେବାରୁ ଉତ୍ତ୍ୟଜନା ସୃଷ୍ଟି ହେବା ସହ ସ୍ଥାନୀୟଲୋକେ ବସକୁ ସମ୍ପୂର୍ଣ୍ଣ ଜାଳିଦେଇଛନ୍ତି। ଏହାସହ ମୃତକଙ୍କ ପରିବାରକୁ ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି। ସ୍ଥାନୀୟ ଲୋକଙ୍କ ମତାନୁଯାୟୀ, କଲିକତାରୁ ଏକ ଘରୋଇ ବସ ରଙ୍ଗ ରୁଟରେ ଯିବା ବେଳେ ଉକ୍ତ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ବସରେ ପ୍ରାୟ ୩୦ ରୁ ୪୦ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।

ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା ଚଳାଇଛି। ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ବିକାଶ ନିଜ ସ୍କୁଟିରେ ହଳଦିଆରୁ ବଡ଼ପାଳ ଅଭିମୁଖେ ଯାଉଥିଲେ। କଲିକତାରୁ ପାରାଦୀପ ଯାଉଥିବା ଠାକୁର ଅଭିନ୍ନ ସୁନ୍ଦର ବସ (ଡବ୍ଲ୍ୟୁବି ୪୧ଇ ୬୦୧୨) ଡାହାଣ ପାଖ ରାସ୍ତାରେ ସ୍କୁଟିକୁ ଧକ୍କା ଦେଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.