banner
Breaking

କେନ୍ଦ୍ରାପଡାରୁ ଚିହ୍ନଟ ହେଉଥିବା ଆକ୍ରାନ୍ତ ସବୁ ସଙ୍ଗରୋଧରୁ

0

କେନ୍ଦ୍ରାପଡା,୨୬ା୫(ବ୍ୟୁରୋ): କେନ୍ଦ୍ରାପଡା ଜିଲା ଡେରାବିଶ, ମହାକାଳପଡା ବ୍ଲକ ଅଞ୍ଚଳରୁ ମଙ୍ଗଳବାର ନୂତନ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ତେବେ ସେମାନଙ୍କ ମଧ୍ୟରୁ ୨୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।
ଶ୍ରୀଯୁକ୍ତ ବର୍ମା କହିଛନ୍ତି ଯେ, ଚିହ୍ନଟ ଆକ୍ରାନ୍ତମାନେ ସଂଗରୋଧ କେନ୍ଦ୍ରରେ ରହୁଥିବାରୁ ଗୋଷ୍ଠି ସଂକ୍ରମଣର ଆଶଙ୍କା ନାହିଁ । ଆକ୍ରାନ୍ତମାନେ ସୁରଟ, ପଶ୍ଚିମବଙ୍ଗ ଓ ତାମିଲନାଡୁ ଫେରନ୍ତା। ସମସ୍ତ ଆକ୍ରାନ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା ଛତାସ୍ଥିତ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠା ଯାଇଥିବା ଜିଲାପାଳ ବର୍ମା ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.