banner
Breaking

କେନ୍ଦ୍ରାପଡା କଲେକ୍ଟରଙ୍କ ଅଚାନକ ଗ୍ରାମ ପରିଦର୍ଶନ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସନ୍ଦେହ।

0

କେନ୍ଦ୍ରାପଡା,୨୫/୯(ବ୍ୟୁରୋ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଚାରିଆଡେ ସନ୍ଦେହ ଦେଖାଦେଇଛି। ବହୁ ସ୍ଥାନରେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିଛନ୍ତି। କେଉଁଠାରେ ସରକାରୀ ଦଳର ଲୋକେ ନିଜ କର୍ମୀ ମାନଙ୍କୁ ଦେଇଛନ୍ତି ତ କେଉଁଠାରେ ଅର୍ଥ କାରବାର ଚାଲିଛି। ପ୍ରକୃତରେ ଯୋଗ୍ୟ ହିତାଧିକାରୀ ନେତା ଓ ଅର୍ଥ ବଳ ଅଭାବରୁ ବଞ୍ଚିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ 5ଟି ଲାଗୁ କଲାପରେ ସମସ୍ତେ ଚଳଚଞ୍ଚଳ ହୋଇପଡିଛନ୍ତି। ସମସ୍ତଙ୍କ ମଧ୍ୟରେ ଆଗରେ ରହିଛନ୍ତି କେନ୍ଦ୍ରାପଡା କଲେକ୍ଟର ପ୍ରେମ ଚନ୍ଦ୍ର ଚୌଧୁରୀ। ନିଜର ଦକ୍ଷତା ଓ କାର୍ଯ୍ୟଶୈଳୀ ପାଇଁ ସେ ସବୁ ଠାରେ ପ୍ରିୟଭାଜନ ହୋଇପାରିଛନ୍ତି। ଗରିବଙ୍କ ମା ବାପ ସାଜି ସବୁବେଳେ ନ୍ୟାୟର ହାତ ବଢାଇଛନ୍ତି। ଆଜି ସେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନନଗର ପଞ୍ଚାୟତର ବନ୍ତୋ ଗ୍ରାମକୁ ଢୋଢୋ ବର୍ଷାରେ ଅଚାନକ ପରିଦର୍ଶନ କରିବା ସହିତ ଲୋକଙ୍କ ଘରଘର ବୁଲି ଦେଖି ସମସ୍ୟା ପଚାରି ବୁଝିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.