banner
Breaking

ମେ ପହିଲାରୁ ତିନିମାସ ଭିତରକନିକା ବନ୍ଦ

0

କେନ୍ଦ୍ରାପଡ଼ା : ମେ’ ପହିଲାରୁ ଜୁଲାଇ ୩୧ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ କରାଯାଇଛି। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ସମୟ ଭିତରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକା ପ୍ରବେଶ ବନ୍ଦ ରହିବ। ପ୍ରଜନନ ଋତୁ ସମୟରେ କୁମ୍ଭୀର ନଦୀକୂଳଠାରୁ ଜୁଆର ଛୁଇଁପାରୁ ନ ଥିବା ନିରାପଦ ସ୍ଥାନରେ ଅଣ୍ଡା ଦେଇଥାନ୍ତି। ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି। ସେମାନଙ୍କୁ ବାଧାଦେଲେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ତେଣୁ ଉଭୟ ପର୍ଯ୍ୟଟକ ଏବଂ କୁମ୍ଭୀରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.