banner
Breaking

୧୭ ନମ୍ବର ଜୋନ୍ ପାଇଁ କ°ଗ୍ରେରୁ ପ୍ରାର୍ଥୀ ହେଲେ ଅଜୟ କୁମାର ବାୟୀ

0

କେନ୍ଦ୍ରାପଡା,୨୨/୧(ଓଡ଼ିଆ ନ୍ୟୁଜ) କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୧୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପାଇଁ କ°ଗ୍ରେସ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଜୟ କୁମାର ବାୟୀ।

ଚନ୍ଦନନଗର ପଞ୍ଚାୟତ ଅନ୍ତର୍ଗତ ଗୋପ୍ତିରା ଗ୍ରାମରେ ବାସ କରୁଥିବା ଶ୍ରୀଯୁକ୍ତ ବାୟୀ ଜଣେ ପରୋପକାରୀ, ମେଳାପୀ, ସରଳ, ନିଷ୍କପଟ ହୃଦୟର ବ୍ୟକ୍ତି ଭାବରେ ସ୍ଥାନୀୟ ପଞ୍ଚାୟତରେ ବେଶ ଲୋକପ୍ରିୟ ଅଟନ୍ତି। ଲୋକଙ୍କ ସୁଖରେ ଦୁଖଃରେ ସାଥୀ ହୋଇ ସେବା କରିବାର ମନୋଚୃତ୍ତି ନେଇ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଆଠଟି ପଞ୍ଚାୟତରେ ଦୀର୍ଘ ବର୍ଷ ଧରି ଚାଲିଥିବା ଦୁର୍ନୀତିର ମୂଳ ଉତ୍ପାଟନ ସହିତ ଗରିବ, ନିସହାୟ , ନିଷ୍ପେସିତ ଲୋକମାନଙ୍କ ପାଇଁ ଓ ଅନ୍ୟାୟ ବିରୁଦ୍ଧରେ ତାଙ୍କର ଏ ଲଢେ଼ଇ ବୋଲି ଶ୍ରୀଯୁକ୍ତ ବାୟୀ କହିଛନ୍ତି।
୧୭ ନମ୍ବର ଜୋନର ସର୍ବାଙ୍ଗୀନ ଉନ୍ନତି ପାଇଁ ହାତ ଚିହ୍ନରେ ବିପୁଳ ସ°ଖ୍ୟାରେ ମୋହର ମାରି ଜୟଯୁକ୍ତ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.