banner
Breaking

କେନ୍ଦ୍ରାପଡା ଜିଲ୍ଲାରେ ପାର୍ଥୀପତ୍ର ଦାଖଲ

0

କେନ୍ଦ୍ରାପଡ଼ା , ୧୮ା୧: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲା ପରିଷଦ ସଭ୍ୟ ପାଇଁ ୪ଟି ପ୍ରାର୍ଥିପତ୍ର ଦାଖଲ ସହ ୯ ବ୍ଲକ ଅଞ୍ଚଳରେ ୮୦୬ଟି ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ସଭ୍ୟ ପଦବୀ ପାଇଁ ମନୋନୟନ ପତ୍ର ବିଭିନ୍ନ କାର୍ଯ୍ୟାଳୟରେ ଦାଖଲ ହୋଇଛି। ଜିଲା ଗ୍ରାମ ପଞ୍ଚାୟତ ଅଧିକାରୀ (ଡିପିଓ) ସନ୍ତୋଷ କୁମାର ସାହୁଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୯୧ଟି ୱାର୍ଡ ସଭ୍ୟ, ୪ଟି ସମିତିସଭ୍ୟ ଓ ୫ଟି ସରପଞ୍ଚ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଛି। ସେହିପରି ଡେରାବିଶ ବ୍ଲକରେ ୭୮ଟି ୱାର୍ଡ ସଭ୍ୟ, ୨ଟି ସମିତିସଭ୍ୟ ଓ ୩ଟି ସରପଞ୍ଚ, ପଟ୍ଟାମୁଣ୍ଡାଇ ବ୍ଲକରେ ୯୩ଟି ୱାର୍ଡ ସଭ୍ୟ, ୨ଟି ସମିତିସଭ୍ୟ ଓ ୧୬ଟି ସରପଞ୍ଚ, ଗରଦପୁର ବ୍ଲକରେ ୪୯ଟି ୱାର୍ଡ ସଭ୍ୟ, ୧ଟି ସମିତିସଭ୍ୟ ଓ ୯ଟି ସରପଞ୍ଚ, ମାର୍ଶାଘାଇ ବ୍ଲକରେ ୧୪୨ଟି ୱାର୍ଡ ସଭ୍ୟ, ୧୧ଟି ସମିତିସଭ୍ୟ ଓ ୧୨ଟି ସରପଞ୍ଚ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇଛି। ଏଥିସହ ଆଳି ବ୍ଲକ ଅଞ୍ଚଳରେ ୭୦ଟି ୱାର୍ଡସଭ୍ୟ, ୨ଟି ସମିତିସଭ୍ୟ ଓ ୧୯ଟି ସରପଞ୍ଚ, ମହାକାଳପଡ଼ା ବ୍ଲକରେ ୮୨ଟି ୱାର୍ଡ ସଭ୍ୟ, ୩ଟି ସମିତିସଭ୍ୟ ଓ ୭ଟି ସରପଞ୍ଚ, ରାଜନଗର ବ୍ଲକରେ ୨୮ଟି ୱାର୍ଡ ସଭ୍ୟ, ୧୦ଟି ସମିତିସଭ୍ୟ ଓ ୫ଟି ସରପଞ୍ଚ ଓ ରାଜକନିକା ବ୍ଲକରେ ୭୨ଟି ୱାର୍ଡ ସଭ୍ୟ, ୪ଟି ସମିତିସଭ୍ୟ ଓ ୭ଟି ସରପଞ୍ଚ ପଦ ପାଇଁ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉପଜିଲାପାଳ ନିରଞ୍ଜନ ବେହେରାଙ୍କ ସୂଚନା ଅନୁଯାୟୀ, ଆଳି ବ୍ଲକର ୪ ନଂ. ଜିଲା ପରିଷଦ ପାଇଁ କଂଗ୍ରେସର ମାନଗୋବିନ୍ଦ ଦାସ, ରାଜନଗରର ୩୧ ନଂ. ପାଇଁ କଂଗ୍ରେସର ସନ୍ତୋଷ ମହାନ୍ତି, ଆଳି ବ୍ଲକର ୨ ନଂ. ଜୋନ୍‌ ପାଇଁ ବିଜେଡିର ଭୀଷ୍ମ ମହାନ୍ତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଆଳିର ୧ ନଂ. ଜୋନ୍‌ ପାଇଁ କଂଗ୍ରେସ ପ୍ରାର୍ଥୀ ଝରଣା ମଲ୍ଲିକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କୋଭିଡ୍‌ କଟକଣାକୁ ଗୁରୁତ୍ୱ ଦିଆଯାଇଥିବା ଉପଜିଲାପାଳ ବେହେରା ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.