banner
Breaking

ଭିତରକନିକା ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀ : ଧର୍ମେନ୍ଦ୍ର ପ୍ରଧାନ

0

କେନ୍ଦ୍ରାପଡ଼ା,୨୪ା୧: ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ପାଇଁ ଭିତ୍ତିଭୂମି ଯୋଗାଇ ଦେଲେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେବେ। କେନ୍ଦ୍ର ସରକାର ନଦୀଭିତ୍ତିକ ବନ୍ଦର ଓ ଉପକୂଳ ରାଜପଥକୁ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଶିଳ୍ପବିହୀନ ଜିଲାରୁ କେନ୍ଦ୍ରାପଡ଼ା ନାମ ହଟିବ। ପର୍ଯ୍ୟଟନ କ୍ଷେତ୍ରର ଉନ୍ନତୀକରଣ କରାଯାଇ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱସ୍ତରର ହେବ ବୋଲି ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଦୁଇଦିନିଆ କେନ୍ଦ୍ରାପଡ଼ା ଜିଲା ଗସ୍ତ ରବିବାର ଶେଷ ହୋଇଛି। ଜାତୀୟ ଉଦ୍ୟାନ ଭିତରକନିକା ଇକୋରିଟ୍ରିଟ ସ୍ଥଳରେ ଶନିବାର ରାତ୍ରିଯାପନ କରି ଅପରାହ୍ନରେ ଇଚ୍ଛାପୁର ସ୍ଥିତ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିଥିଲେ। ପୂର୍ବରୁ ଜଜାଙ୍ଗସ୍ଥିତ ସର୍କିଟ ହାଉସଠାରେ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ଟିକାକରଣ ସମ୍ପର୍କରେ ସିଡିଏମ୍‌ଓ ଡା. ଅନୀତା ପଟ୍ଟନାୟକ, ଡା. କିଶୋର ମିଶ୍ର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଥିଲେ। ଭିତରକନିକା ଗ୍ରସ୍ତ ସମୟରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ, ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରଦର୍ଶନ କରି ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରାଯିବ। ଏନେଇ କେନ୍ଦ୍ର ପର୍ଯ୍ୟଟନ ଓ ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ନିକଟସ୍ଥ ମହାନଦୀରେ ନଦୀଭିତ୍ତିକ ବନ୍ଦର ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ଦୁଇ ପ୍ରକଳ୍ପ ସହ ରେଳ ଯୋଗାଯୋଗ ହେତୁ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସହ ପର୍ଯ୍ୟଟନ ଶିଳ୍ପରେ ଅର୍ଥନୈତିକ ସୁଧାର ହେବ। ନିକଟରେ ଜିଲା ଦେଇ ନିର୍ମିତ ହରିଦାସପୁର-ପାରାଦୀପ ରେଳପଥରେ ମାଲବାହୀ ସହ ଯାତ୍ରୀବାହୀ ରେଳ ଗଡ଼ିବ। ଏହାକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ସେ କହିଥିଲେ। ସମ୍ମିଳନୀରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ଜିଲା ସଭାପତି କିଶୋର ପଣ୍ଡା ସାମିଲ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.